ମହାରାଷ୍ଟ୍ରର ପ୍ରସିଦ୍ଧ ମୁମ୍ବେଶ୍ବର ମନ୍ଦିର ମହାପ୍ରସାଦରେ ବିଷ ମିଶାଇବାକୁ ହୋଇଥିଲା ଷଡ଼ଯନ୍ତ୍ର, ଏଟିଏସ କଲା ବଡ଼ ଖୁଲାସା

ଚଳିତବର୍ଷ ଆରମ୍ଭରୁ ଇସଲାମିକ୍ ଷ୍ଟେଟ୍ ସହ ସମ୍ପର୍କ ରଖିଥିବା ସନ୍ଦେହରେ ମହାରାଷ୍ଟ୍ରରୁ ୧୦ଜଣ ସନ୍ଦିଗ୍ଧଙ୍କୁ ଧରାଯାଇଛି। ସେମାନଙ୍କୁ ପଚରାଉଚରା ପରେ ଆଣ୍ଟି ଟେରୋରିଷ୍ଟ୍ ସ୍କ୍ବାଡ(ଏଟିଏସ) ଏକ ବଡ଼ ପର୍ଦ୍ଦାଫାଶ କରିଛି। ଏହି ମାମଲାରେ ଏଟିଏସ ଦ୍ବାରା ଦାଏର ହୋଇଥିବା ଚାର୍ଜସିଟରେ କୁହାଯାଇଛି ଯେ ସନ୍ଦିଗ୍ଧମାନେ ୪ ବର୍ଷର ପୁରୁଣା ମୁମ୍ବେଶ୍ବର ମନ୍ଦିର ମହାପ୍ରସାଦରେ ବିଷ ମିଶାଇବାକୁ ଷଡ଼ଯନ୍ତ୍ର ରଚିଥିଲେ, ଯାହାର ମାଷ୍ଟର ମାଇଣ୍ଡ ଥିଲେ ତଲହା ପୋଟ୍ରିକ୍।

ଗତ ଡିସେମ୍ବର ମାସରେ ମନ୍ଦିର ପରିସରରେ ଚାଲିଥିବା ଶ୍ରୀମଦ ଭଗବତ କଥା ଅବସରରେ ଏହି ଷଡ଼ଯନ୍ତ୍ର କାର୍ଯ୍ୟକାରୀ କରିବାକୁ ଉଦ୍ୟମ ହୋଇଥିଲା। କିନ୍ତୁ ସେମାନେ ଏଥିରେ ସଫଳ ହୋଇପାରି ନ ଥିଲେ। ଏଟିଏସ ଦାବି କରିଛି ଯେ ଧରାପଡ଼ିଥିବା ସନ୍ଦିଗ୍ଧମାନେ ଇସଲାମିକ୍ ଉପଦେଶକ ଜାକିର ନାଇକଙ୍କ ବିଚାରଧାରା ଦ୍ବାରା ପ୍ରଭାବିତ ଥିଲେ।

ଏହାସହ ପଢ଼ନ୍ତୁ: ଥାନାରେ ଡ୍ୟାନ୍ସ କରି ମହିଳା ପୋଲିସ କର୍ମଚାରୀ କଲେ ‘ଟିକ୍ ଟକ୍’ ଭିଡିଓ, ଭାଇରାଲ ହେବା ପରେ ହେଲେ ସସପେଣ୍ଡ

ତେବେ ଯେଉଁ ଦିନ ଏହି ଷଡ଼ଯନ୍ତ୍ର କାର୍ଯ୍ୟକାରୀ ହୋଇଥାଆନ୍ତା, ସେହି ଦିନ ମନ୍ଦିରରେ ୪୦ ହଜାରରୁ ଅଧିକ ଲୋକ ମହାପ୍ରସାଦ ଖାଇଥିଲେ। ମହାପ୍ରସାଦରେ ବିଷ ମିଶାଇ ଏକ ବଡ଼ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଜୀବନ ନେବାକୁ ଆତଙ୍କବାଦୀ ଷଡ଼ଯନ୍ତ୍ର ରଚିଥିଲେ। ଏଟିଏସ ମାମଲାର ଚାର୍ଜସିଟ୍ ଦାଖଲ କରିବା ସମୟରେ ସମସ୍ତ ସନ୍ଦିଗ୍ଧଙ୍କ ପରିଚୟ କହିଥିଲେ, ଯେଉଁମାନଙ୍କ ମଧ୍ୟରେ ୯ଜଣ ଯୁବକ ଏବଂ ଜଣେ ନାବାଳକ ଥିଲେ।

ଚାର୍ଜସିଟରେ କୁହାଯାଇଛି ଯେ ଗିରଫ ହୋଇଥିବା ସମସ୍ତ ସନ୍ଦିଗ୍ଧ ବିଦେଶୀ ପରିଚାଳକଙ୍କ ସମ୍ପର୍କରେ ଥିଲେ। ଏହି ଦଳରେ ସାମିଲ ଜମାନ, ସଲମାନ, ୱାରିସ୍ ଓ ଫହାଦ ହାଇଡ୍ରୋଜେନ ପେରୋକ୍ସାଇଡ୍ ସାହାଯ୍ୟରେ ବିସ୍ଫୋରକ ତିଆରି କରୁଥିଲେ। ସେମାନଙ୍କ ମଧ୍ୟରୁ ମୋହସିନ୍ ଖାନ ସୋସିଆଲ ମିଡିଆରେ ଉମ୍ମତ-ଇ-ମହମ୍ମଦିଆ ନାମରେ ଏକ ଗ୍ରୁପ୍ କରିଥିଲେ, ଯେଉଁଥିରେ ଆଇଏସ ଜଡ଼ିତ ତଥ୍ୟ ପୋଷ୍ଟ କରାଯାଉଥିଲା। ଗ୍ରୁପରେ କେବଳ ସେହିମାନଙ୍କୁ ଆଡ୍ କରାଯାଉଥିଲା, ଯେଉଁମାନେ ଆଇଏସ ବିଚାରଧାରାରେ ପ୍ରଭାବିତ ଥିଲେ।

Roshni

Recent Posts

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

4 mins ago

ଲୋକସଭାରେ ରାହୁଲ ଗାନ୍ଧି ହେବେ ବିରୋଧୀ ନେତା, INDIA ବ୍ଲକ ବୈଠକରେ ନିଷ୍ପତ୍ତି

ଲୋକସଭାରେ ବିରୋଧୀ ନେତା ହେବେ ରାହୁଲ ଗାନ୍ଧି । ଇଣ୍ଡିଆ ବ୍ଲକ୍‌ ଏହା ଉପରେ ମୋହର ମାରିଛି । କଂଗ୍ରେସର…

4 mins ago

ପୁଣି ଲୋକସଭା ବାଚସ୍ପତି ହେଲେ ଓମ୍‌ ବିର୍ଲା, ବାଚ୍‌ନିକ ଭୋଟରେ ହେଲେ ବିଜୟୀ

ପୁଣି ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହେଲେ ଓମ୍‌ ବିର୍ଲା । ବାଚ୍‌ନିକ ଭୋଟରେ ନିର୍ବାଚିତ ହେଲେ ଓମ୍‌ ବିର୍ଲା…

8 mins ago

ଆମେରିକା : ଲାସ୍‌ ଭେଗାସ ଆପାର୍ଟମେଣ୍ଟରେ ଗୁଳିମାଡ଼, ୫ ମୃତ

ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…

31 mins ago

ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ…

39 mins ago

ଆଜି ଶ୍ରୀମୁଖ ଫିଟା ନୀତି, ଆସନ୍ତାକାଲିଠୁ ଫୁଲୁରି ତେଲ ଲାଗି ହୋଇ ସୁସ୍ଥ ଅନୁଭବ କରିବେ ମହାପ୍ରଭୁ

ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…

45 mins ago