ମିଜୋରାମରେ ଧସିଲା ପଥର ଖଣି, ୧୦ ମୃତ; ଫସି ରହିଛନ୍ତି ଆହୁରି ଅନେକ ଶ୍ରମିକ

ମିଜୋରାମରେ ଧସିଲା ପଥର ଖଣି । ଏହା ତଳେ ଚାପି ହୋଇ ୧୦ ଜଣଙ୍କ ମୃତ୍ୟୁ ହୋଇଛି । ପ୍ରବଳ ବର୍ଷା ଯୋଗୁ ଆଜି ସକାଳ ୬ଟା ବେଳେ ଆଇଜଲ ଜିଲ୍ଲାରେ ଥିବା ପଥର ଖଣିରେ ଏହି ଅଘଟଣ ଘଟିଛି ।

ମିଜୋରାମରେ ଧସିଲା ପଥର ଖଣି । ଏହା ତଳେ ଚାପି ହୋଇ ୧୦ ଜଣଙ୍କ ମୃତ୍ୟୁ ହୋଇଛି । ପ୍ରବଳ ବର୍ଷା ଯୋଗୁ ଆଜି ସକାଳ ୬ଟା ବେଳେ ଆଇଜଲ ଜିଲ୍ଲାରେ ଥିବା ପଥର ଖଣିରେ ଏହି ଅଘଟଣ ଘଟିଛି । ଏଥିରେ ୧୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆହୁରି ଅନେକ ଲୋକ ମାଟି ଅତଡ଼ା ଭିତରେ ଫସି ରହିଛନ୍ତି । ସ୍ଥାନୀୟ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ନିକଟତମ ଅଞ୍ଚଳରେ ଥିବା କେତେକ ଘର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ମିଜୋରାମର ଦକ୍ଷିଣାଞ୍ଚଳ ମେଲଥୁମ ଓ ହିଲମେନ ସୀମାରେ ଏହି ଦୁର୍ଘଟଣା ଘଟିଛି । ‘ରେମାଲ’ ବାତ୍ୟା ପ୍ରଭାବରେ ଲଗାତାର ବର୍ଷା ଓ ଭୂସ୍ଖଳନ ଯୋଗୁ ଉଦ୍ଧାର କାର୍ଯ୍ୟରେ ପ୍ରତିବନ୍ଧକ ସୃଷ୍ଟି ହୋଇଛି ।

ମିଜୋରାମରେ ପ୍ରବଳ ବର୍ଷା ଯୋଗୁ ସବୁ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି । ଏହା ସହିତ ସରକାରୀ କର୍ମଚାରୀମାନଙ୍କୁ ‘ୱାର୍କ ଫ୍ରମ୍ ହୋମ୍’ କରିବାକୁ କୁହାଯାଇଛି । ଭୁସ୍ଖଳନ ଯୋଗୁ କେତେକ ପ୍ରମୁଖ ରାଜପଥ ଅବରୋଧ ହୋଇଥିବା ସୂଚନା ମିଳିଛି ।

ସେପଟେ ଦୁର୍ଘଟଣା ପରେ ଆରମ୍ଭ କରାଯାଇଥିବା ରେସ୍‌କ୍ୟୁ ଅପରେସନରେ ୨ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଏବେ ବି ଅନେକ ଶ୍ରମିକ ଏହା ତଳେ ଫସି ରହିଛନ୍ତି । ସେମାନଙ୍କୁ ଉଦ୍ଧାର କରିବା ପାଇଁ ସର୍ଚ୍ଚ ଅପରେସନ ଚାଲିଛି । ତେବେ ମାଟି ଅତଡ଼ା ଭିତରୁ ଉଦ୍ଧାର ୧୦ ମୃତକଙ୍କ ମଧ୍ୟରୁ ୬ ଜଣ ମିଜୋରାମର ବାସିନ୍ଦା ନୁହନ୍ତି । ବାକି ମୃତଦେହଗୁଡ଼ିକୁ ଚିହ୍ନଟ ପ୍ରକ୍ରିୟା ଜାରି ରହିଛି ।

ଏହିପରି ସୁରକ୍ଷିତ ଭାବେ ଉଦ୍ଧାର ହୋଇଥିବା ୨ ଶ୍ରମିକଙ୍କ ମଧ୍ୟରୁ ଜଣେ ମିଜୋରାମର ହୋଇଥିବା ବେଳେ ଅନ୍ୟ ଜଣେ ବାହାରର ବୋଲି ଜଣାପଡ଼ିଛି । ଏହି ଦୁର୍ଘଟଣା ମିଜୋରାମର ରାଜଧାନୀ ଆଇଜଲରେ ଘଟିଛି । ପୂର୍ବରୁ ଏଠାରେ ବାତ୍ୟା ରେମାଲ ଯୋଗୁ ନାନା କ୍ଷୟକ୍ଷତି ହୋଇଥିଲା । ଏହାରି ଭିତରେ ଆଜି ସକାଳେ ପଥର ଖଣି ଧସିଯିବାରୁ ୧୦ ଜଣ ଶ୍ରମିକ ଚାପି ହୋଇ ପ୍ରାଣ ହରାଇଛନ୍ତି । ଏହି ଦୁର୍ଘଟଣାରେ ଆଖପାଖର ଅନେକ ଘର ମଧ୍ୟ ଭୁଶୁଡ଼ି ପଡ଼ିଛି ।

Leave A Reply

Your email address will not be published.