ନ୍ୟୁୟର୍କରେ ୧୮ ବର୍ଷ ଯୁବକଙ୍କ ଆତଙ୍କରାଜ: ସୁପର ମାର୍କେଟରେ ଆଖିବୁଜା ଗୁଳିମାଡ଼, ୧୦ମୃତ

ନ୍ୟୁୟର୍କ: ନ୍ୟୁୟର୍କରେ ୧୮ ବର୍ଷ ଯୁବକଙ୍କ ଆତଙ୍କରାଜ । ସୁପର ମାର୍କେଟରେ ଆଖିବୁଜା ଗୁଳିମାଡ଼ । ଗୁଳିମାଡ଼ରେ ୧୦ ଜଣଙ୍କ ମୃତ୍ୟୁ ହୋଇଛି । ୩ଜଣ ଗୁରୁତର ଆହତ ହୋଇଛନ୍ତି । ନ୍ୟୁୟର୍କ ବଫାଲୋସ୍ଥିତ ଏକ ଗ୍ରୋସରୀ ଷ୍ଟୋରରେ ପଶି ଆଖିବୁଜା ଗୁଳିମାଡ଼ କରିଥିବା ଯୁବକକୁ ଗିରଫ କରିଛି ବଫାଲୋ ପୋଲିସ ।

ବର୍ଣ୍ଣଗତ ବିଦ୍ୱେଷ ରଖି ଯୁବକ ଜଣକ ଏହି ଅମାନୁଷିକ କାଣ୍ଡ ଘଟାଇବା ଜଣାପଡିଛି । ଗୁଳିକାଣ୍ଡରେ ପ୍ରାଣ ହରାଇଥିବାଙ୍କ ମଧ୍ୟରେ ଅଛନ୍ତି ଅଧିକାଂଶ କୃଷ୍ଣକାୟ । ଗିରଫ କରିବା ସମୟରେ ଦୁର୍ବୃତ୍ତ ଜଣକ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.