ଦିଲ୍ଲୀରେ ୧୦ ବର୍ଷ ପୁରୁଣା ଡିଜେଲ ଗାଡିର ଲାଇସେନ୍ସ ହେବ ରଦ୍ଦ, ଜାଣନ୍ତୁ କ’ଣ ପଡିବ ପ୍ରଭାବ ?

ଦିଲ୍ଲୀ ସରକାର ୧ ଜାନୁଆରୀ ୨୦୨୨ରୁ ୧୦ ବର୍ଷ ପୁରୁଣା ଡିଜେଲ ଗାଡିର ରେଜିଷ୍ଟ୍ରସନ ରଦ୍ଦ କରିବାକୁ ଯାଉଛି। ଏହା ପରେ ସରକାରଙ୍କ ତରଫରୁ ଏକ NOC ଜାରି କରାଯିବ। ଯାହା ପରେ ଗାଡି ମାଲିକ ଅନ୍ୟ ରାଜ୍ୟରେ ସେହି ଗାଡିଗୁଡିକର ରେଜିଷ୍ଟ୍ରେସନ କରିପାରିବେ। ଏନଜିଟିର ନିର୍ଦ୍ଦେଶ ଅନୁଯାୟୀ, ଦିଲ୍ଲୀ ସରକାର ପରିବହନ ବିଭାଗ ପକ୍ଷରୁ ଏହି ଆଦେଶ ଜାରି କରାଯାଇଛି।

ପରିବହନ ବିଭାଗର ଆଦେଶରେ କୁହାଯାଇଛି କି, ଦିଲ୍ଲୀରେ ଯେଉଁ ଗାଡି ୧୦ ବର୍ଷ ପୂରଣ କରିସାରିଲାଣି ସେ ସମସ୍ତ ଡିଜେଲ ଗାଡିଗୁଡିକର ରେଜିଷ୍ଟ୍ରେସନ ରଦ୍ଦ କରିଦିଆଯାଇଛି। ଯେଉଁ ଡିଜେଲ ଗାଡି ୧୦ ବର୍ଷ ଏବଂ ପେଟ୍ରୋଲ ଗାଡି ୧୫ ବର୍ଷ ପାର କରିଛି, ସେ ଗାଡି ପାଇଁ NOC ଜାରି କରାଯାଇପାରେ।

ଏଥିରେ କୁହାଯାଇଛି ଯେ, ଯେଉଁ ମାଲିକଙ୍କ ପାଖରେ ଏହିସବୁ ପୁରୁଣା ଗାଡି ରହିଛି, ସେଗୁଡିକୁ ଇଲେକ୍ଟ୍ରିକ ଗାଡିରେ ବଦଳାଇବର ବିକଳ୍ପ ମଧ୍ୟ ରହିବ। ସେମାନେ ଏପରି ଗାଡିକୁ ବିଭାଗ ଅନୁଯାୟୀ ଚୟନ ହୋଇଥିବା ଏଜେନ୍ସୀ ଜରିଆରେ ଇଲେକ୍ଟ୍ରିକ୍‌ କିଟ୍‌ ଲଗାଇବାକୁ ହେବ। ଅନ୍ୟ ସମସ୍ତ ମାମଲାରେ ୧୦ ବର୍ଷରୁ ଅଧିକ ପୁରୁଣା ଡିଜେଲ ଗାଡି ଏବଂ ୧୫ ବର୍ଷ ପୁରୁଣା ପେଟ୍ରୋଲ ଗାଡିକୁ ସ୍କ୍ରାପ କରିବା ଏକମାତ୍ର ବିକଳ୍ପ ରହିବ।

ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ(NGT) ପକ୍ଷରୁ ଦିଲ୍ଲୀ ଏନସିଆରରେ ୧୦ ବର୍ଷରୁ ଅଧିକ ପୁରୁଣା ଡିଜେଲ ଏବଂ ୧୫ ବର୍ଷରୁ ଅଧିକ ପେଟ୍ରୋଲ ଗାଡିଗୁଡିକର ରେଜିଷ୍ଟ୍ରସନ ଏବଂ ଚାଲିବା ଉପରେ ନିର୍ଦ୍ଦେଶ ଜାରି କରାଯାଇଛି। ଜୁଲାଇ ୨୦୧୬ରେ ଆସିଥିବା ଏକ ଆଦେଶରେ ଟ୍ରିବ୍ୟୁନାଲ କହିଥିଲେ, ୧୦ ବର୍ଷର ପୁରୁଣା ଡିଜେଲ ଗାଡିକୁ ରେଜିଷ୍ଟ୍ରେସନ ପାଇଁ ନିର୍ଦ୍ଦେଶ ପ୍ରଭାବୀ ଭାବେ ପାଳନ କରାଯିବ।

ସୁପ୍ରିମ କୋର୍ଟ ୨୦୧୮ରେ ଆଦେଶ ଦେଇଥିଲେ କି, ଦିଲ୍ଲୀ ଏନସିଆର ଅଞ୍ଚଳରେ ୧୦ ବର୍ଷରୁ ଅଧିକ ପୁରୁଣା ଡିଜେଲ ଏବଂ ୧୫ରୁ ବର୍ଷରୁ ଅଧିକ ପେଟ୍ରୋଲ ଗାଡି ଆଉ ଚାଲିପାରିବ ନାହିଁ। ଏହାକୁ ନେଇ ଜୁଲାଇ ୨୦୨୧ ରେ ପରିବେଶ ମନ୍ତ୍ରୀ ଅଶ୍ୱିନ ଚୌବେ ଲୋକସଭାରେ ବିସ୍ତତ ସୂଚନା ଦେଇଥିଲେ।

ସୁପ୍ରିମକୋର୍ଟ ୨୦୧୮ରେ ଦେଇଥିବା ଆଦେଶ ଅନୁଯାୟୀ, ଦିଲ୍ଲୀରେ ୨୦ ବର୍ଷରୁ ପୁରୁଣା ରହିଥିବା ୩୬ ଲକ୍ଷ ଗାଡି ରହିଛି। ସେହିପରି ସମଗ୍ର ଦେଶରେ ପାଖାପାଖି ୨.୧୪ କୋଟି ଏପରି ଗାଡି ରହିଛି। ଉତ୍ତର ପ୍ରଦେଶରେ ୨୬ ଲକ୍ଷରୁ ଅଧିକ, କେରଳରେ ୧୬ ଲକ୍ଷ, ପଞ୍ଜାବରେ ୧୫ ଲକ୍ଷରୁ ଅଧିକ ପୁରୁଣା ଗାଡି ରହିଛି।

 

Leave A Reply

Your email address will not be published.