କାଳ ହେଲା ଫୁଟବଲ ଖେଳ: ରକ୍ତ ହୋଲି ଖେଳିଲେ ଦୁଇ ଦଳର ପ୍ରଶଂସକ, ୧୦୦ ମୃତ

କାଳ ହେଲା ଫୁଟବଲ ଖେଳ । ରକ୍ତ ହୋଲି ଖେଳିଲେ ଦୁଇ ଦଳର ପ୍ରଶଂସକ । ୧୦୦ ମୃତ, ବହୁ ଆହତ । ପଶ୍ଚିମ ଆଫ୍ରିକୀୟ ଦେଶ ଗୁଏନାରେ ଫୁଟବଲ ଖେଳବେଳେ ଭୟଙ୍କର ସଂଘର୍ଷ ହୋଇଛି ।  ନାଜେରେକୋର ଅଞ୍ଚଳରେ ଚାଲିଥିଲା ଫୁଟବଲ ମ୍ୟାଚ୍ । ତେବେ ରେଫରିଙ୍କ ଏକ ବିବାଦୀୟ ନିଷ୍ପତ୍ତି ପରେ ଆରମ୍ଭ ହୋଇଥିଲା ଉଭୟ ଦଳ ପ୍ରଶଂସକଙ୍କ ମଧ୍ୟରେ ନରସଂହାର । ପରସ୍ପର ପରସ୍ପରକୁ ଆକ୍ରମଣ କରିଥିଲେ ଦୁଇ ଦଳର ଫ୍ୟାନ୍ । ପରେ ବିକ୍ଷୋଭକାରୀମାନେ ପୋଲିସ ଷ୍ଟେସନରେ ନିଆଁ ଲଗାଇଥିଲେ । ଘଟଣା ସ୍ଥଳରେ ଅନେକଙ୍କ ମୃତ୍ୟୁ ହୋଇଛି । ଏପରିକି ଅନେକଙ୍କର ଦଳାଚକଟାରେ ମୃତ୍ୟୁ ହୋଇଛି । ପରିସ୍ଥିତି ଏପରି ହୋଇଥିଲା ଶବଗୃହରେ ମୃତଦେହ ରଖିବାକୁ ସ୍ଥାନ ମଧ୍ୟ ମିଳିନଥିଲା ।