ଆମେରିକା: ବିମାନରେ ଥିଲେ ୧୦୦ ଯାତ୍ରୀ, ପକ୍ଷୀ ଧକ୍କା ହେବାରୁ ଲାଗିଗଲା ନିଆଁ ! ଦେଖନ୍ତୁ ଉଦ୍ଧାର ବେଳର ଭିଡିଓ

ସୋସିଆଲ ମିଡିଆରେ ଏବେ ଏକ ବିମାନର ଭିଡିଓ ଖୁବ୍‌ ଭାଇରାଲ ହେଉଛି, ଯାହାକୁ ଦେଖିବା ପରେ ଲୋକେ ଏହାର ପାଇଲଟଙ୍କ ଉପସ୍ଥିତ ବୁଦ୍ଧିକୁ ପ୍ରଶଂସା କରୁଛନ୍ତି । ବାସ୍ତବରେ, ଏହି ବିମାନଟି ଯେତେବେଳେ ରନୱେରୁ ଉଡ଼ାଣ ଭରିବାକୁ ଯାଉଥିଲା, ସେହି ସମୟରେ ଏଥିରେ ନିଆଁ ଲାଗିଯାଇଥିଲା । କୁହାଯାଉଛି ଯେ ଏହି ବିମାନରେ ଶହେରୁ ଅଧିକ ଯାତ୍ରୀ ଥିଲେ।

ଏହି ଭିଡିଓ ଆମେରିକାର ନ୍ୟୁ ଜର୍ସିସ୍ଥିତ ଆଟଲାଣ୍ଟିକ୍ ସିଟିରୁ ଆସିଛି, ଯେଉଁଠି ଏକ ବିମାନରେ ହଠାତ୍ ନିଆଁ ଲାଗି ଯାଇଥିଲା। ବିମାନଟି ୧୦୦ରୁ ଅଧିକ ଯାତ୍ରୀଙ୍କୁ ନେଇ ରନୱେରୁ ଉଡ଼ାଣ ଭରୁଥିବା ବେଳେ ଇଞ୍ଜିନରେ ନିଆଁ ଲାଗି ଯାଇଥିଲା। ପାଇଲଟ୍ ନିଜର ଉପସ୍ଥିତ ବୁଦ୍ଧି ଖଟାଇ ତୁରନ୍ତ ବିମାନକୁ ଅଟକାଇ ଦେଇଥିଲେ।

ଏକ ରିପୋର୍ଟ ଅନୁଯାୟୀ, ସ୍ପିରିଟ୍ ଏୟାରଲାଇନ୍ସ ବିମାନ NK3044 ସହିତ ଏହି ଅଘଟଣ ଘଟିଛି। ଆଟଲାଣ୍ଟିକ୍ ସିଟି ବିମାନବନ୍ଦରରେ ଏକ ବଡ଼ ପକ୍ଷୀ ବିମାନର ଡାହାଣ ଇଞ୍ଜିନ ସହ ଧକ୍କା ହେବା କ୍ଷଣି ଇଞ୍ଜିନରେ ନିଆଁ ଲାଗିଯାଇଥିଲା। ଏହାପରେ ପାଇଲଟ୍ ତୁରନ୍ତ ବିମାନକୁ ଅଟକାଇ ଜରୁରିକାଳୀନ ସେବାକୁ କଲ୍‌ କରିଥିଲେ। ବିମାନ କର୍ମଚାରୀମାନେ ଲୋକଙ୍କୁ ସେମାନଙ୍କ ସାମଗ୍ରୀ ଛାଡି ତୁରନ୍ତ ତଳକୁ ଓହ୍ଲାଇ ଆସିବାକୁ ନିର୍ଦ୍ଦେଶ ଦେଇଥିଲେ।

 

You might also like