ମହାକୁମ୍ଭରେ କରୋନା ବିସ୍ଫୋରଣ: ୧୮ ସାଧୁ ସହିତ ୧୦୦ରୁ ଊର୍ଦ୍ଧ୍ବ ଶ୍ରଦ୍ଧାଳୁ କରୋନା ପଜିଟିଭି ଚିହ୍ନଟ, ପ୍ରଶାସନ ଚିନ୍ତାରେ

ଉତ୍ତରାଖଣ୍ଡରେ ଚାଲିଥିବା ମହାକୁମ୍ଭରେ କରୋନା ବିସ୍ଫୋରଣ ହୋଇଛି। ଏଠାରେ ୧୦୨ ଶ୍ରଦ୍ଧାଳୁଙ୍କ ସହିତ ୨୦ ସାଧୁ କରୋନା ସଂକ୍ରମିତ ହୋଇଛନ୍ତି। ମେଳାକୁ ଆସିଥିବା ଅନେକ ଧାର୍ମିକ ସଂଗଠନର ପ୍ରମୁଖ କରୋନା ଟେଷ୍ଟ କରିବାକୁ ମନା କରିଦେଇଥିଲେ। ଯାହାର ପରିଣାମ ଏବେ ଭୋଗିବାକୁ ପଡିଛି। ମେଳାରେ କରୋନା ଗାଇଡଲାଇନର ପାଳନ କରାଯାଇନଥିଲା। ନା କେହି ମାସ୍କ ପିନ୍ଧିଥିଲେ, ନା ସାମାଜିକ ଦୂରତା ମଧ୍ୟ କେହି ମାନିନଥିଲେ।

ଅଖିଳ ଭାରତୀୟ ଅଖଡା ପରିଷଦ ଅନୁଯାୟୀ, ସୋମବାର ଦିନ ସାହି ସ୍ନାନ କରିବାକୁ ଆସିଥିବା ଲକ୍ଷ ଲକ୍ଷ ସାଧୁ ଏକାଠି ହୋଇଥିଲେ। ସେମାନେ ସେଠାରେ କରୋନା ଗାଇଡଲାଇନ୍ସର ଉଲ୍ଲଙ୍ଘନ କରିଥିଲେ। ଗତ ଚାରିଦିନରେ ଅଖିତ ଭାରତୀୟ ଅଖାଡା ପରିଷଦର ଅଧ୍ୟକ୍ଷ ନିରଂଜନୀ ଅଖାଡାର ମୁଖିଆ ନରେନ୍ଦ୍ର ଗିରିଙ୍କ ସମେତ ୧୮ ଜଣ ସାଧୁ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଏମାନଙ୍କ ମଧ୍ୟରୁ ନରେନ୍ଦ୍ର ଗିରିଙ୍କ ଅବସ୍ଥା ଖରାପ ହେବାରୁ ତାଙ୍କୁ ଏମ୍ସ ହରିଦ୍ବାରକୁ ପଠାଯାଇଥିଲା।

ଡେରାଡୁନରେ ରମଜାନ, ନବରାତ୍ର, ବିବାହ ସମାରୋହକୁ ଆଖି ଆଗରେ ରଖି କର୍ଫ୍ଯୁ ରାତି ସାଢେ ୧୦ଟା ପର୍ଯ୍ଯନ୍ତ ବଢାଇଦିଆଯାଇଛି। ଉତ୍ତରାଖଣ୍ଡ ମୁଖ୍ଯମନ୍ତ୍ରୀ ତିରଥ ସିଂ ରାୱତ ସମସ୍ତଙ୍କୁ କୋଭିଡ-୧୯ ନିୟମ ପାଳନ କରି ସମସ୍ତ ଜିଲ୍ଲା ଅଧିକାରୀ ଏବଂ ପୋଲିସ ଅଧିକ୍ଷକଙ୍କୁ ନିୟମ ଅନୁପାଳନ କରିବା ସହିତ ନିର୍ଦ୍ଦେଶ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.