ଘୋଡା ଚଢି ସ୍କୁଲରେ ପହଂଚିଲେ ୧୦ମ ଶ୍ରେଣୀ ଛାତ୍ରୀ : ଭାଇରାଲ୍ ହେଉଛି ଭିଡିଓ, ଆନନ୍ଦ ମହିନ୍ଦ୍ରା କହିଲେ ରିୟଲ୍ ହିରୋ

ସେମିତି ତ ପ୍ରତିଦିନ କିଛି ନା କିଛି ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥାଏ । ହେଲେ ଆଜି ଯେଉଁ ଭିଡିଓ ଭାଇରାଲ୍ ହେବାରେ ଲାଗିଛି ତାହା ଅନ୍ୟ ସମସ୍ତ ଠାରୁ ନିଆରା । ଭିଡିଓରେ ଦେଖିବାକୁ ମିଳିଛି ଜଣେ ଛାତ୍ରୀ ସ୍କୁଲ୍ ଡ୍ରେସ୍ ପିନ୍ଧି ଘୋଡାରେ ଚଢି ସ୍କୁଲ୍ ଯାଉଛି ।

ସୂଚନା ଅନୁସାରେ, ଏହି ଭିଡିଓଟି କେରଳର ତ୍ରିଶୁର ଅଂଚଳର । କୁହାଯାଉଛି ପରୀକ୍ଷା ଦେବା ପାଇଁ ଘୋଡାରେ ଚଢି ଝିଅଟି ସ୍କୁଲ୍ ଯାଉଛି । ଖୁବ୍ ଜୋରରେ ଫେସବୁକ୍ ଏବଂ ଟୁଇଟରରେ ଏହି ଭିଡିଓଟି ସେୟାର୍ ହେବାରେ ଲାଗିଛି । ଏପରିକି ଆନନ୍ଦ ମହିନ୍ଦ୍ରା ମଧ୍ୟ ଏହି ଭିଡିଓକୁ ସେୟାର୍ କରିଛନ୍ତି । ଏହା ସହ ଲେଖିଛନ୍ତି, ଏହି କ୍ଲିପ୍ ଟି ଭାଇରାଲ୍ ହେବା ଉଚିତ୍ । ଏହା ମଧ୍ୟ ଅତୂଲ୍ୟ ଭାରତ । କଣ କେହି ତ୍ରିଶୁରର ଏହି ଝିଅକୁ ଚିହ୍ନିଚ ? ମୋର ସ୍କ୍ରିନ୍ ସେଭର ପାଇଁ ଏହି ଝିଅର ଏବଂ ଘୋଡାର ଫଟୋ ଦରକାର । କାରଣ ଝିଅଟି ମୋ ହିରୋ ।

ଭିଡିଓରେ ଦେଖିବାକୁ ମିଳୁଛି ଝିଅଟି ସ୍କୁଲ୍ ଡ୍ରେସ୍ ପିନ୍ଧି କାନ୍ଧରେ ବ୍ୟାଗ୍ ପକାଇ ଘୋଡା ଚଢି ଯାଉଛି ସ୍କୁଲ୍ । ସବୁଠାରୁ ବଡ଼ କଥା ହେଉଛି ଘୋଡାଟି ଜୋରରେ ଯାଉଥିବା ବେଳେ ଝିଅଟି ମଧ୍ୟ ଖୁବ୍ ଭଲ ଭାବରେ ଘୋଡା ଚଢି ଜାଣିଛି । ସୋସିଆଲ୍ ମିଡିଆରେ ଖୁବ୍ ପ୍ରଶଂସା ସାଉଁଟୁଛି ଝିଅଟି ।