ଛେପ ପକାଇବାକୁ ନେଇ ରକ୍ତ ସଂଘର୍ଷ, ୧୦ମ ଶ୍ରେଣୀ ଛାତ୍ରକୁ ବସରେ ଗୁଳି

ଛେପ ପକାଇବାକୁ ନେଇ ସଂଘର୍ଷ । ଆଉ ସଂଘର୍ଷ ଯୋଗୁଁ ଚାଲିଗଲା ଦୁଇଜଣଙ୍କ ଜୀବନ । ୧୦ମ ଶ୍ରେଣୀରେ ପଢୁଥିବା ପିଲା ପରସ୍ପରର ଜୀବନ ନେବାକୁ ପଛାଇଲେ ନାହିଁ । ତେବେ ଗୁଳି ଲାଗିଥିବା ଦୁଇ ଛାତ୍ରଙ୍କ ମଧ୍ୟରେ ଜଣକର ହାତରେ ଏବଂ ଜଣଙ୍କର ଜଙ୍ଘରେ ଗୁଳି ଲାଗିଛି । ଏମିତି ଘଟଣା ମେରଠରେ ଘଟିଛି ।
ଖବର ମୁତାବକ, ମେରଟର ଫେଜ ଏ ଆମ ଇଣ୍ଟର କଲେଜରେ ୧୦ମ ଶ୍ରେଣୀଙ୍କ ମଧ୍ୟରେ ଛେପ ପକାଇବାକୁ ନେଇ ପାଟିତୁଣ୍ଡ ହୋଇଥିଲା । ଗତ ୩ ଦିନ ତଳେ ଜଣେ ଛାତ୍ର କ୍ଲାସରୁମରେ ଛେପ ପକାଇଥିଲା । ଯାହାକୁ ଅନ୍ୟ ଜଣେ ଛାତ୍ର ବିରୋଧ କରିଥିଲେ । ଏହାକୁ ନେଇ ଦୁଇ ଛାତ୍ରଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏହାପରେ ଅପରାହ୍ନରେ ପରୀକ୍ଷା ସରିବା ପରେ ବିରୋଧ କରିଥିବା ଛାତ୍ର ଜଣକ ବସରେ ଘରକୁ ଯାଉଥିବା ବେଳେ ଛେପ ପକାଇଥିବା ଛାତ୍ର ଗୋଷ୍ଠୀ ବସରେ ଚଢି ଗୁଳିମାଡ କରିଥିଲେ ।
ଘଟଣାରେ ଦୁଇଜଣ ଛାତ୍ର ଗୁରୁତର ରହିଛନ୍ତି । ବସ୍ରେ ଗୁଳିମାଡ ପରେ ଆତଙ୍କ ଖେଳିଯାଇଥିଲା । ବସ୍ ଡ୍ରାଇଭର ବସ ରୋକିଥିବା ବେଳେ ଅନ୍ୟ ଲୋକମାନେ ଦୌଡିଥିଲେ । ତେବେ ଗୁଳି ଲାଗିଥିବା ଦୁଇ ଛାତ୍ରଙ୍କ ମଧ୍ୟରେ ଜଣକର ହାତରେ ଏବଂ ଜଣଙ୍କର ଜଙ୍ଘରେ ଗୁଳି ଲାଗିଛି । ଘଟଣା ମେରଠର ବ୍ରହ୍ମପୁରୀ ଥାନା ଅଞ୍ଚଳ ମେଟ୍ରୋ ପ୍ଲାଜା ନିକଟରେ ହୋଇଥିଲା ।
ପୋଲିସ ଘଟଣା ବିଷୟରେ ଖବର ପାଇଁ ପହଞ୍ଚି ଆହତ ଛାତ୍ରଙ୍କୁ ହସପିଟାଲରେ ଭର୍ତ୍ତି କରିଥିଲା । ଗୁଳିମାଡ କରିଥିବା ଛାତ୍ରକୁ ବସରେ ଥିବା ଲୋକ ଧରି ପୋଲିସକୁ ହସ୍ତାନ୍ତର କରିଥିଲେ । ଦୁଇ ଆହତ ଛାତ୍ରଙ୍କ ଚିକିତ୍ସା ଚାଲିଛି । ଏବେ ଦୁହିଁଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ରହିଛି । ପୋଲିସ ମାମଲାର ଯାଞ୍ଚ କରୁଛି ।