ସିଡିଏସ ବିପିନ ରାୱତଙ୍କ ହେଲିକପ୍ଟର କ୍ରାସ ଘଟଣା, ୧୩ ମୃତ !

 ଚେନ୍ନାଇ(କେ ନ୍ୟୁଜ): ଆଜି ତାମିଲନାଡୁ କୁନ୍ନୁରରେ ଆର୍ମି ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିବା ଘଟଣାରେ ୧୩ ଜଣଙ୍କ ମୃତଦେହ ମିଳିଥିବା ସୂଚନା ମିଳିଛି । ବାୟୁସେନାର MI 17V 5 ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଥିଲା । ମିଳିଥିବା ଆହତ କିମ୍ବା ମୃତ ଶରୀର ଗୁଡିକର ପ୍ରାୟ ଅଶୀ ପ୍ରତିଶତ ପୋଡ଼ି ଯାଇଥିବା ନେଇ ସୂଚନା ମିଳିଛି । ମୃତକଙ୍କ ବାବଦରେ ସ୍ପଷ୍ଟ ସୂଚନା ଏଯାବତ ମିଳିପାରିନାହିଁ । କିନ୍ତୁ ବିଶେଷ ସୂତ୍ରରୁ ସୂଚନା ମିଳିଛି ସିଡିଏସ ବିପିନ ରାୱତ ସୁସ୍ଥ ଅଛନ୍ତି | ଚିକିତ୍ସା ପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ହେଲିକପ୍ଟରରେ ସିଡିଏସ ବିପିନ୍‌ ରାୱତଙ୍କ ସମେତ ୪ ଜଣ ବରିଷ୍ଠ ସେନା ଅଧିକାରୀ ଥିବା ସୂଚନା ମିଳିଥିଲା । ଯେବେକି ହେଲିକପ୍ଟରଟିରେ ମୋଟ ୧୪ ଜଣ ଥିବା ନେଇ ସୂଚନା ମିଳିଛି । ଏମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି । ଘଟଣାସ୍ଥଳରେ ଉଦ୍ଧାରକାରୀ ଟିମ୍‌ ପହଞ୍ଚିଥିବା ସୂଚନା ମିଳିଛି। ହେଲିକପ୍ଟରରେ ସିଡିଏସ ବିପିନ୍‌ ରାୱତଙ୍କ ପତ୍ନୀଙ୍କ ସମେତ ଅନ୍ୟ ପରିବାର ସଦସ୍ୟ ଥିବା କୁହାଯାଉଛି । ବିପିନଙ୍କ ପତ୍ନୀ ମଧୁଲିକା ରାୱତଙ୍କ ସମେତ ଅନ୍ୟ ପରିବାର ସଦସ୍ୟ ଥିଲେ । ସଦ୍ୟ ମିଳିଥିବା ଖବର ଅନୁଯାୟୀ,

ବୁଧବାର ତାମିଲନାଡୁର ନୀଳଗିରି ଜିଲ୍ଲାରେ ଏହି ଦୁର୍ଘଟଣା ହୋଇଥିବା ନେଇ ଅଧିକାରୀକ ସୂତ୍ରରୁ ଜଣାଯାଇଛି । ସେନା ଅଧିକାରୀ ଓ ଆଇଏଏଫ ଷ୍ଟାଫଙ୍କୁ ନେଇ ଯାଉଥିବା ଏହି ହେଲିକପ୍ଟରଟି କୋଏମ୍ବାଟୁର ଓ ସୁଲୁର ମଝାମଝି ଅଂଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାଯାଇଛି । ଆହତ ହୋଇଥିବା ଚାରି ଜଣଙ୍କ ମଧ୍ୟରେ ବିପିନ ରାୱତଙ୍କ ସମେତ ଆଉ ତିନି ଜଣ ଅଛନ୍ତି । ଯେବେକି ଜଣଙ୍କର ପତ୍ତା ମିଳୁନଥିବା ସୂଚନା ମିଳିଛି । ବାୟୁସେନା ପକ୍ଷରୁ ଘଟଣାର ତୁରନ୍ତ ତଦନ୍ତ ଦାୟିତ୍ୱ ଦିଆଯାଇଛି । ସଦ୍ୟ ମିଳିଥିବା ଖବର ଅନୁଯାୟୀ ଘଟଣାସ୍ଥଳରୁ ୪ ମୃତଦେହ ଉଦ୍ଧାର ହୋଇଛି । ହେଲିକପ୍ଟରଟି ୱଏଲିଂଟନ ଏୟାରବେସକୁ ଯାଉଥିଲା । ଅପରାହ୍ନ ୨.୪୫ ମିନିଟରେ ସିଡିଏସ ବିପିନ ରାୱତଙ୍କର ଏକ ବକ୍ତବ୍ୟ ଥିଲା । ସେହି କାର୍ଯ୍ୟକ୍ରମରେ ଯୋଗଦେବାକୁ ଏହି ଆର୍ମି ହେଲିକପ୍ଟରଟି ଯାଉଥିଲା । ଘଟଣା ନେଇ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ବିଶେଷତଃ କେଉଁ କାରଣରୁ ଏହି ଦୁର୍ଘଟଣା ଘଟିଲା ସେନେଇ ବିଶେଷ ଧ୍ୟାନ ଦେବାକୁ କୁହାଯାଇଛି । ବାୟୁସେନା ମୁଖ୍ୟ ବିବେକରାମ ଚୌଧୁରୀ ଘଟଣା ସ୍ଥଳକୁ ଯାଇଥିବା ସ୍ପଷ୍ଟ ହୋଇଛି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ହେଲିକପ୍ଟରଟି ପ୍ରଥମେ କ୍ରାସ ହେବା ପରେ ଗଛରେ ଯାଇ ପିଟିହୋଇଥିଲା । ଅକସ୍ମାତ ସେଠି ଭୟଙ୍କର ନିଆଁ ବି ଲାଗିଥିଲା । ଘଟଣା ସ୍ଥଳକୁ ବାୟୁସେନା ମୁଖ୍ୟ ଯାଇଥିବା ବେଳେ ପ୍ରତିରକ୍ଷା ମନ୍ତ୍ରୀ ନିଜ ବିବୃତି ରଖିବେ ବୋଲି ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.