ଗୁଜୁରାଟ : ଗୁଜୁରାଟରେ ଏବେ ପ୍ରବଳ ବର୍ଷା ଲାଗି ରହିଥିବାରୁ ଲୋକଙ୍କ ସମସ୍ୟା ବଢିବାରେ ଲାଗିଛି । ଗତ ୫ ଦିନ ହେଲାଣି ଗୁଜୁରାଟରେ ଲଗାତାର ବର୍ଷା ହେବା ଫଳରେ ସ୍ଥିତି ସମ୍ପୁର୍ଣ ବେହାଲ ହୋଇଛି । ଚାରି ଆଡେ ଜଳମଗ୍ନ । ବନ୍ୟା ପରିସ୍ଥିତି ହୋଇଛି । ଏହି ବର୍ଷା ହେବା ଫଳରେ ୨୬ ଜଣଙ୍କ ମୃତ୍ୟୁ ହୋଇଛି । ଅଗଷ୍ଟ ୨୯ରେ ଅଧିକାରୀଙ୍କ କହିବା ଅନୁସାରେ କିଛି ସ୍ଥାନରେ ପ୍ରବଳ ବୃଷ୍ଚିପାତ ହୋଇଛି । ଏପର୍ଯ୍ୟନ୍ତ ୧୭,୦୦୦ ଲୋକଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ଏହି ସମୟରେ ସୋସିଆଲ ମିଡିଆରେ ଏକ ଖବର ଭାଇରାଲ ହେବାରେ ଲାଗିଛି । ଏକ ଘର ର ଛାତ ଉପରେ କୁମ୍ଭୀର ଟିଏ ଦେଖିବାକୁ ମିଳିଛି ।
ଭୋଦଦରାର ଏକ ଭିଡିଓ ଯାହାକି ସୋସିଆଲ ମିଡିଆରେ ବହୁଳ ଭାବରେ ଭାଇରାଲ ହେବାରେ ଲାଗିଛି । ଚାରିଆଡେ ପାଣି ରହିଛି । ଏହି ଦୃଶ୍ୟରୁ ସ୍ପଷ୍ଟ ଭାବରେ ଜଣା ପଡୁଛି କି ଅତ୍ୟଧିକ ବର୍ଷାରେ ପ୍ରାୟ ଘର ସବୁ ଜଳମଗ୍ନ ରହିଛି । ବନ୍ୟା ପରିସ୍ଥିତି ମଧ୍ୟରେ ଏକ ଘରର ଛାତ ଉପରେ କୁମ୍ଭୀରଟିଏ ଶୋଇ ରହିଥିବାର ଦେଖା ଯାଉଛି । ଯାହାକୁ ୍କ୍ୟାମେରା ପର୍ସନ ମଧ୍ୟ ଖୁବ ନିକଟରୁ ଦେଖାଇଛନ୍ତି କିପରି କୁମ୍ଭୀରଟିଏ ନିଜର ଜୀବନ ବଞ୍ଚାଇବା ପାଇଁ ଘରର ଛାତ ଉପରେ ଆଶ୍ରୟ ନେଇଛି । ବନ ବିଭାଗ ୧୧ ଫୁଟ କୁମ୍ଭୀରଟିକୁ ଉଦ୍ଧାର କରିଛନ୍ତିି । ଗତ କିଛି ଦିନ ଭିତରେ ୧୦ ଟି କୁମ୍ଭୀର ବନ ବିଭାଗ ଉଦ୍ଧାର କରି ସାରିଲେଣି ।