ରୋଷେଇ ଘରୁ ବାହାରିଲା ୧୧ ଫୁଟର କୁମ୍ଭୀର, ଭାଇରାଲ୍ ହେବାରେ ଲାଗିଛି ଭିଡିଓ

ଫ୍ଲୋରିଡା : ଆମ ଆଖପାଖରେ ଏମିତି କିଛି ଘଟଣା ଘଟିଯାଏ ଯାହାକୁ କେବେ କିଏ କଳ୍ପନାରେ ସୁଦ୍ଧା ଭାବିନଥାନ୍ତି । ଯଦି ତାହା କୌଣସି ଜୀବନ ନେବା ଭଳି ଘଟଣା ହୋଇଥାଏ ତେବେ ତାକୁ ବିଶ୍ବାସ କରିବା ବହୁତ କଷ୍ଟକର ହୋଇଥାଏ । ଏଭଳି ଏକ ଘଟଣା ଘଟିଛି ଫ୍ଲୋରିଡାର କ୍ଲିୟର୍ୱାଟର୍ ନାମକ ସହରରେ ।

ଆପଣ ଶୁଣିଲେ ଆଚମ୍ବିତ ହୋଇଯିବେ ଯେ ଗୋଟେ ୧୧ ଫୁଟର କୁମ୍ଭୀରକୁ ଜଣଙ୍କ ରୋଷେଇ ଘରୁ ଉଦ୍ଧାର କରାଯାଇଛି । ଆଜ୍ଞା ହଁ ଏହା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । କ୍ଲିୟର୍ୱାଟର୍ ସହରରେ ରହୁଥିବା ମେରୀ ୱିସଚୁସେନ୍(Mary Wischhusen) ନାମକ ଜଣେ ମହିଳାଙ୍କ ରୋଷେଇ ଘରେ ଏହି କୁମ୍ଭୀରକୁ ଉଦ୍ଧାର କରାଯାଇଛି ।


ସୂଚନା ଅନୁଯାୟୀ ମେରୀଙ୍କୁ ରୋଷେଇ ଘରୁ କିଛି ଅଜବ ଶବ୍ଦ ଶୁଭାଯାଇଥିଲା । ଯାହାଫଳରେ ସେ ରୋଷେଇ ଘରକୁ ଯାଇଥିଲେ । ସେଠାରେ ସେ ଏକ ବିରାଟକାୟ କୁମ୍ଭୀର ଦେଖି ନିଜକୁ ବିଶ୍ୱାସ କରିପାରିନଥିଲେ। ସେ ଭୟବିତ ଅବସ୍ଥାରେ ତୁରନ୍ତ ଯାଇ ପୋଲିସକୁ ଫୋନ୍ କରିଥିଲେ। ଏହା ପରେ ପୋଲିସ ଆସି କୁମ୍ଭୀରୁକୁ ଉଦ୍ଧାର କରିଥିଲା। ତେବେ କୁମ୍ଭୀରଟି ରୋଷେଇ ଘରେ ଥିବା ସମସ୍ତ ୱାଇନ୍ ବୋତଲ୍କୁ ଭାଙ୍ଗି ଦେଇଥିବା ଜଣାପଡିଛି।

ଦେଖନ୍ତୁ ଭିଡିଓ:

କୁମ୍ଭୀରଟିର କିଛି ଫଟୋ କ୍ଲିୟର୍ୱାଟର୍ ପୁଲିସ୍ ବିଭାଗ ତାଙ୍କ ଟ୍ୱିଟର୍ ପେଜ୍ରେ ସେୟାର୍ କରିଛନ୍ତି। ଯାହା ଏବେ ସୋସିଆଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.