ପାକିସ୍ତାନରେ ମାଗଣା ଅଟା ନେବା ବେଳେ ଦଳାଚକଟା, ୧୧ ମୃତ

ଆର୍ଥିକ ସଙ୍କଟ ମଧ୍ୟରେ ବୁଡିଛି ପାକିସ୍ତାନ । ଆଉ ସରକାରଙ୍କ ତରଫରୁ ମାଗଣା ଅଟା ଦିଆଯାଉଥିବା ବେଳେ ଦଳାଚକଟା ହେହାଇ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି। ଏହି ଘଟଣାରେ ୬୦ ଜଣ ଆହତ ମଧ୍ୟ ହୋଇଛନ୍ତି ।

ପାକିସ୍ତାନରେ ଆର୍ଥିକ ସଙ୍କଟ ପରେ ସ୍ଥିତି ହାହାକାର ହୋଇପଡିଛି । ସରକାରଙ୍କ ତରଫରୁ ମାଗଣା ଅଟା ଦିଆଯାଉଥିବା ବେଳେ ଦଳାଚକଟାରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି। ଏହାଛଡା ୬୦ ଜଣ ଲୋକ ଆହତ ହୋଇଥିବା ମଧ୍ୟଜଣାପଡିଛି । ପାକିସ୍ତାନରେ ମହଙ୍ଗା ମାଡରୁ ରକ୍ଷା ପାଇଁ ସରକାରଙ୍କ ପକ୍ଷରୁ ଗରିବଙ୍କୁ ମାଗଣାରେ ଅଟା ଦିଆଯାଉଛି । ଆଉ ଏହାକୁ ନେବା ବେଳେ ଏଭଳି ଦୁର୍ଘଟଣା ଘଟିଥିବା ଜଣାପଡିଛି ।

ପାକିସ୍ତାନ ତହରିକ-ଇ-ଇସାଫ ପ୍ରମୁଖ ଇମରାନ ଖାନଙ୍କ ପ୍ରତି ବଢିଥିବା ହିଂସାକୁ କମାଇବା ପାଇଁ ଏହି ଯୋଜନାର ମୂଳ ଉଦ୍ଦେଶ୍ୟ । ଦକ୍ଷିଣ ପଞ୍ଜାବର ଚାରି ଜିଲ୍ଲା- ସାହୀୱାଲ, ମୁଜଫରଗଢ ଏବଂ ଓକାରାରେ ମାଗଣା ଅଟା କେନ୍ଦ୍ରରେ ମଙ୍ଗଳବାର ଦିନ ଦୁଇ ବୃଦ୍ଧ ମହିଳା ଏବଂ ଜଣେ ବୃଦ୍ଧା ପୁରୁଷଙ୍କ ମୃତ୍ୟୁ ହୋଇଛି । ୬୦ ଜଣ ଆହତ ମଧ୍ୟ ହୋଇଛନ୍ତି । ଅନ୍ୟ ଯେଉଁମାନେ ମୃତ୍ୟୁବରଣ କରିଛନ୍ତି, ସେମାନେ ଫେସଲାବାଦ, ଜହାନିଆଁ ଏବଂ ମୁଲତାନର ରହିଛନ୍ତି ।

ପୋଲିସ ମାଗଣା ଅଟା ପାଇଁ ଲାଇନରେ ଠିଆ ହୋଇଥିବା ନାଗରିକଙ୍କ ଉପରେ ଲାଠିଚାର୍ଜ ମଧ୍ୟ କରିଛି । ଏହି ଘଟଣାରେ ପୋଲିସଙ୍କ ଉପରେ ମଧ୍ୟ ଅଭିଯୋଗ କରାଯାଇଛି । ପଞ୍ଜାବର କାର୍ଯ୍ୟବାହକ ମୁଖ୍ୟମନ୍ତ୍ରୀ ମୋହସିନ ନକୱି ବୁଧବାର ଦିନ ଭିଡ ଏବଂ ନାଗରିକଙ୍କ ଅସୁବିଧାକୁ କମ କରିବା ପାଇଁ ସୀମାରେ ସକାଳ ଛଅଟାରେ ମୁକ୍ତ ଅଟା କେନ୍ଦ୍ର ଖୋଲିବା ପାଇଁ ଘୋଷଣା କରିଛନ୍ତି । ଏହାପୂର୍ବରୁ ମୁଜଫରଗଢ ଏବଂ ରହିମ ୟାର ଖାନରେ ମାଗଣା ଅଟା ପାଇଁ ଟ୍ରକ ପଛରେ ଲୋକେ ଧାଇଁ ଆହତ ହୋଇଥିବା ଖବର ମିଳିଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.