ମୁମ୍ବାଇରେ ଅଘଟଣ: ପ୍ରବଳ ବର୍ଷାରେ ଭୁଶୁଡ଼ିଲା ଘରର କାନ୍ଥ, ୧୧ ଜଣଙ୍କ ମୃତ୍ୟୁ

ମୁମ୍ବାଇ: ମୁମ୍ବାଇରେ ଅଘଟଣ । ପ୍ରବଳ ବର୍ଷାରେ ମୁମ୍ବାଇର ଚେମ୍ବୁରର ଭାରତ ନଗର ଅଞ୍ଚଳରେ କିଛି ଘରର କାନ୍ଥ ଭୁଶୁଡ଼ି ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି।

ମୁମ୍ବାଇର ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି କାନ୍ଥ ଭୁଶୁଡ଼ି ପଡ଼ିଥିବାସ୍ଥାନରୁ ୧୬ଜଣଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ଫସି ରହିଥିବା ଲୋକଙ୍କ ଉଦ୍ଧାର କାର୍ଯ୍ୟ ଚାଲିଛି ବୋଲି ଏନଡିଆରଏଫ କହିଛି। ଏହି ଘଟଣାରେ ପାଖାପାଖି ୫ଟି ଘର ପ୍ରଭାବିତ ହୋଇଥିବାବେଳେ ବର୍ତ୍ତମାନ ସର୍ଚ୍ଚ ଅପରେସନ୍ ଜାରି ରହିଛି |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.