ମହାରାଷ୍ଟ୍ର: ବସ୍‌-କଣ୍ଟେନର ମୁହାଁମୁହିଁ ଧକ୍କାରେ ୧୧ ମୃତ, ୨୦ଆହତ

ମହାରାଷ୍ଟ୍ର(କେନ୍ୟୁଜ୍) : ବସ୍‌-କଣ୍ଟେନର ମୁହାଁମୁହିଁ ଧକ୍କାରେ ୧୧ ମୃତ, ୨୦ଆହତ। ସେମାନଙ୍କ ମଧ୍ୟରୁ ୮ଜଣଙ୍କ ଅବସ୍ଥା ସଂକଟାପର୍ଣ୍ଣ ରହିଛି। ଆହତ ସମସ୍ତଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମହାରାଷ୍ଟ୍ର ଧୁଲେ ଜିଲ୍ଲା ଶାହାଦା-ଔରଙ୍ଗାବାଦ ରାସ୍ତା ଦୌଡାଇଚା ଗାଁ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବସ୍‌ଟି ପ୍ରାୟ ୪୫ ଜଣ ଯାତ୍ରୀଙ୍କୁ ନେଇ ଔରଙ୍ଗାବାଦ ଯାଉଥିବାବେଳେ ବିଳମ୍ବିତ ରାତିରେ କଣ୍ଚେନର ସହ ଧକ୍କା ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.