ମାଗଣା ଅଟା ପାଇବା ପାଇଁ କରାଚିରେ ଦଳାଚକଟା, ୧୧ ମୃତ

ମାଗଣା ଅଟା ପାଇବା ପାଇଁ ପାକିସ୍ତାନର କରାଚିରେ ଦଳାଚକଟା ଯୋଗୁ ୧୧ ଜଣଙ୍କ ମୃତ୍ୟୁ ଘଟିଛି । ଖାଦ୍ୟ ପାଇଁ ପ୍ରଥମ ଥର ପାଇଁ ଏପରି ଅଘଟଣ ଘଟିଛି ପାକିସ୍ତାନରେ । ପାକିସ୍ତାନ ଏବେ ଘୋର ଆର୍ଥିକ ସଂକଟ ଦେଇ ଗତି କରୁଥିବା ବେଳେ ଖାଦ୍ୟ ପାଇଁ ହିଂସା ଆରମ୍ଭ ହୋଇଯାଇଛି ।

କରାଚି : ମାଗଣା ଅଟା ପାଇବା ପାଇଁ ପାକିସ୍ତାନର କରାଚିରେ ଦଳାଚକଟା ଯୋଗୁ ୧୧ ଜଣଙ୍କ ମୃତ୍ୟୁ ଘଟିଛି । ଖାଦ୍ୟ ପାଇଁ ପ୍ରଥମ ଥର ପାଇଁ ଏପରି ଅଘଟଣ ଘଟିଛି ପାକିସ୍ତାନରେ । ପାକିସ୍ତାନ ଏବେ ଘୋର ଆର୍ଥିକ ସଂକଟ ଦେଇ ଗତି କରୁଥିବା ବେଳେ ଖାଦ୍ୟ ପାଇଁ ହିଂସା ଆରମ୍ଭ ହୋଇଯାଇଛି ।

ରମଜାନ ଉପଲକ୍ଷେ ଶୁକ୍ରବାର ରାତିରେ କରାଚି ସହରରେ ଏକ ଲୋକାଲ କମ୍ପାନୀ ପକ୍ଷରୁ ମାଗଣା ଅଟା ବଣ୍ଟନ ହେଉଥିଲା । ମାଗଣା ଅଟା ପାଇବା ପାଇଁ ବହୁ ସଂଖ୍ୟାରେ ଲୋକ ଜମା ହୋଇଯାଇଥିଲେ । ଫଳରେ ଅଟା ପାଇବା ପାଇଁ ସେମାନଙ୍କ ମଧ୍ୟରେ ଦଳାଚକଟା ଓ ସଂଘର୍ଷ ଆରମ୍ଭ ହୋଇଯାଇଥିଲା ।

ଏଥିରେ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି । ମୃତକଙ୍କ ମଧ୍ୟରେ ମହିଳା ଓ ଶିଶୁ ମଧ୍ୟ ଥିବା ଜଣାଯାଇଛି । ଦଳାଚକଟାରେ ଅନେକ ଲୋକ ମଧ୍ୟ ଆହତ ହୋଇଥିବା ଜଣାଯାଇଛି । ମୃତକଙ୍କ ମଧ୍ୟରେ ୫ ମହିଳା ଓ ୩ ଜଣ ଶିଶୁ ଅଛନ୍ତି । ଅନ୍ୟ ୫ ଗୁରୁତରଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି । ପାକିସ୍ତାନରେ ସବୁ ଜିନିଷର ଦାମ ଏବେ ଆକାଶ ଛୁଆଁ ହୋଇଥିବା ବେଳେ ଅଟାର ଦାମ ଗତ ବର୍ଷ ତୁଳନାରେ ୪୫ % ବୃଦ୍ଧି ପାଇଛି ।

Leave A Reply

Your email address will not be published.