୧୬ କୋଟିର ଇଞ୍ଜେକ୍ସନ, କୋଟି କୋଟି ଲୋକଙ୍କ ଆଶୀର୍ବାଦ…. ତଥାପି ଥମିଗଲା ୧୧ ମାସର କୁନିର ଝିଅ ବେଦିକାର ଜୀବନ

୧୬ କୋଟିର ଇଞ୍ଜେକ୍ସନ, କୋଟି କୋଟି ଲୋକଙ୍କ ଆଶୀର୍ବାଦ …. କିଛି ବି କାମ ଦେଲାନି। ଶେଷରେ ଚାଲିଗଲା ବେଦିକା। ସ୍ପାଇନାଲ ମସ୍କୁଲର ଏଟ୍ରୋଫି(SMA ଟାଇପ ଇ-୧) ରୋଗରେ ଚାଲିଗଲା ୧୧ ମାସର କୁନି ଝିଅ ବେଦିକାର ଜୀବନ। ଦେଢ ମାସ ପୂର୍ବରୁ ବେଦିକାର ଚିକିତ୍ସା ପାଇଁ ୧୬ କୋଟି ଟଙ୍କାର ଇଂଜେକ୍ସନ ଦିଆଯାଇଥିଲା। କିନ୍ତୁ ଏହା ପରେ ମଧ୍ୟ ବେଦିକାର ଜୀବନ ବଞ୍ଚିପାରିଲା ନାହିଁ। ଗତ ରବିବାର ଦିନ ରାତିରେ ଚାଲିଗଲା ବେଦିକା ଜୀବନ।

ବେଦିକାଙ୍କୁ ୧୬ କୋଟିର ଇଂଜେକ୍ସନ ପରେ ତାଙ୍କ ସ୍ବାସ୍ଥ୍ଯରେ ଉନ୍ନତି ଆସୁଥିଲା ବୋଲି ବେଦିକାଙ୍କ ବାପା ସୌରଭ ସିନ୍ଧେ କହିଛନ୍ତି। କିନ୍ତୁ ରବିବାର ରାତିରେ ହଠାତ୍ ଅକ୍ସିଜେନ ଲେଭଲ କମି ଯାଇଥିଲା, ସଙ୍ଗେ ସଙ୍ଗେ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ଯେଉଁଠି କୁନି ଝିଅ ବେଦିକାର ଜୀବନ ଚାଲିଯାଇଥିଲା।

ବେଦିକାଙ୍କ ଜୀବନ ବଞ୍ଚାଇବା ପାଇଁ ବାପା ସୌରଭ ସମଗ୍ର ବିଶ୍ବବାସୀକୁ ଆବେଦନ କରିଥିଲେ। ଯେଉଁଥି ପାଇଁ ଆର୍ଥିକ ସହାୟତା ସମଗ୍ର ବିଶ୍ବରୁ ଆସିଥିଲା। ଖାସ୍ ଏଥିପାଇଁ ୧୬ କୋଟି ଟଙ୍କାର ଇଂଜେକ୍ସନକୁ ଆମେରିକାରୁ ଅଣାଯାଇଥିଲା। କେନ୍ଦ୍ର ସରକାର ମଧ୍ୟ ଏହିଇଂ ଜେକ୍ସନ ପାଇଁ ଆମଦାନୀ ଶୁକ୍ଳ ଛାଡ କରିଦେଇଥିଲେ। କିନ୍ତୁ ଭଗବାନ ଶେଷରେ ବେଦିକା ଜୀବନକୁ ଛଡାଇନେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.