ଦେଶ ବିଦେଶ

ଆଜି ଭାରତ ଆସୁଛନ୍ତି ୧୨ ଆଫ୍ରିକାନ୍‌ ଚିତା : କୁନୋ ନ୍ୟାସନାଲ ପାର୍କରେ ମାସେ ଯାଏ ରହିବେ କ୍ୱାରେଣ୍ଟାଇନ୍‌

ନୂଆଦିଲ୍ଲୀ : ଆଜି ଭାରତ ଆସୁଛନ୍ତି ୧୨ ଆଫ୍ରିକାନ୍‌ ଚିତା। ଦକ୍ଷିଣ ଆଫ୍ରିକାରୁ ଭାରତୀୟ ବାୟୁସେନାର ସ୍ୱତନ୍ତ୍ର ବିମାନ ସି-୧୭ ଗ୍ଲୋବମାଷ୍ଟର ଯୋଗେ ଭାରତ ଆସୁଛନ୍ତି।ପାଖାପାଖି ୮ହଜାର କିଲୋମିଟର ଯାତ୍ରା କରି ୫ଟି ଅଣ୍ଡିରା ଓ ୭ଟି ମାଈ ଚିତା କୁନୋ ନ୍ୟାଶନାଲ ପାର୍କରେ ପହଞ୍ଚିବେ । ସକାଳ ୧୦ଟା ବେଳେ ବିମାନ ଅବତରଣ କରିବେ ।ଗ୍ୱାଲିୟରରୁ ତିନୋଟି ହେଲିକପ୍ଟର ଯୋଗେ ୧୨ ଚିତାକୁ କୁନୋ ପାର୍କ ନିଆଯିବ । ହେଲିକପ୍ଟର ଅବତରଣ ପାଇଁ ୫ଟି ହେଲିପ୍ୟାଡ୍ ତିଆରି କରାଯାଇଛି ।

କୁନୋ ପାର୍କରେ ମାସେ ଯାଏ ସେମାନଙ୍କୁ କ୍ୱାରେଣ୍ଟାଇନ୍‌ରେ ରଖାଯିବ। ଚିତାଙ୍କ ସହ ଅଛନ୍ତି ଡାକ୍ତର ଓ ଚିତା ଏକ୍ସପର୍ଟ ଡ଼କ୍ଟର। ଏମଓୟୁ ମୁତାବକ, ଦକ୍ଷିଣ ଆଫ୍ରିକାରୁ ଭାରତକୁ ପ୍ରତିବର୍ଷ ୧୦ରୁ ୧୨ଟି ଚିତା ଅଣାଯିବେ । ଆସନ୍ତା ୧୦ ବର୍ଷ ଯାଏଁ ଚୁକ୍ତି ହୋଇଛି । ଗ୍ୱାଲିୟର ଆସୁଥିବା ଏହି ଚିତାକୁ ସ୍ୱାଗତ କରିବା ପାଇଁ ବିଶେଷ ପ୍ରସ୍ତୁତି କରାଯାଇଛି । ଚିତାର ଆଗମନ ପାଇଁ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ, କେନ୍ଦ୍ର ଜଙ୍ଗଲମନ୍ତ୍ରୀ ଭୂପେନ୍ଦ୍ର ସିଂ ଉପସ୍ଥିତ ରହିବେ ।ରକ୍ଷାମନ୍ତ୍ରାଳୟ ଓ ଏୟାରଫୋର୍ସ ଏହି ସେବା ପ୍ରଦାନ କରିବା ପାଇଁ ପରିବେଶ ମନ୍ତ୍ରାଳୟ ଠାରୁ କୌଣସି ଶୁଳ୍କ ନେଇ ନାହାନ୍ତି ।

Barsha

Recent Posts

ଓଏସଆରଟିସି ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା, ବିଭିନ୍ନ ତୀର୍ଥକ୍ଷେତ୍ରକୁ ଗଡ଼ିବ ବସ୍‌

ଭୁବନେଶ୍ୱର(କେନ୍ୟୁଜ୍‌): ରଥଯାତ୍ରା ପାଇଁ ଓଏସଆରଟିସି ପକ୍ଷରୁ ହେବ ଏହି ସ୍ୱତନ୍ତ୍ର ବ୍ୟବସ୍ଥା । ପ୍ରତି ବ୍ଲକ ହେଡକ୍ୱାର୍ଟରରୁ ପୁରୀକୁ ଗଡିବ…

2 mins ago

ଫିଲ୍ମ ‘କଲ୍‌କୀ 2898 AD’ର ଆଡଭାନ୍ସ ବୁକିଂ, ଫ୍ୟାନ୍ସଙ୍କ ମଧ୍ୟରେ ଦେଖିବାକୁ ମିଳିଲା ଭିନ୍ନ କ୍ରେଜ୍

ଫ୍ୟାନ୍ସ ଉତ୍ସାହର ସହିତ ପ୍ରଭାସଙ୍କ ଫିଲ୍ମ ‘କଲ୍‌କୀ 2898 AD’କୁ ଅପେକ୍ଷା କରିଛନ୍ତି । ଏହି ଫିଲ୍ମଟି ଜୁନ୍ ୨୭ରେ…

9 mins ago

ପୋଲିସ ବାବୁଙ୍କୁ ମହଙ୍ଗା ପଡିଗଲା ପରକୀୟା ପ୍ରେମ, ପ୍ରମୋସନ ହେବା ବଦଳରେ ହେଲା ଡିମୋସନ୍‌

ପୋଲିସ ବାବୁଙ୍କୁ ମହଙ୍ଗା ପଡ଼ିଲା ପରକୀୟା ପ୍ରେମ । ପ୍ରେମ କରି ଫସିଲେ ପୋଲିସ ବାବୁ। ହୋଟେଲ ରୁମ୍‌ରୁ ପ୍ରେମିକା…

11 mins ago

ଜେପି ନଡ୍ଡାଙ୍କୁ ମିଳିଲା ବଡ଼ ଦାୟିତ୍ୱ, ରାଜ୍ୟସଭାରେ ସଦନର ନେତା ନିଯୁକ୍ତ

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଦଳ ବଡ଼ ଦାୟିତ୍ୱ ହସ୍ତାନ୍ତର କରିଛି । ତାଙ୍କୁ…

29 mins ago

ଥାନାରେ ମାଳ ଅଦଳ ବଦଳ କରି ସିନ୍ଦୁର ପିନ୍ଧିଲେ ଯୁବତୀ, ପ୍ରେମିକ ହାତରେ କାଟିଲେ କେକ୍‌

ଲମତାପୁଟ : କେକରେ ଲେଖା ହୋଇଛି ରବି ଆଣ୍ଡ୍‌ ମଞ୍ଜୁ । ଆଉ ପାଖରେ ଫୁଲ ମାଳ ପିନ୍ଧି ଛିଡା…

54 mins ago

ଜଣକ ପରେ ଜଣକୁ ନିଜ କବ୍ଜାକୁ ନେଉଛି ଡିପଥେରିଆ, ଏବେ ଚିନ୍ତାରେ ସ୍ୱାସ୍ଥ୍ୟ ବିଭାଗ

ଲକ୍ଷ୍ମୀପୁର : ଏବେ ମୃତ୍ୟୁର ତାଣ୍ଡବ ଖେଳି ଚାଲିଛି ଡିଫଥେରିଆ । ଏହି ରୋଗ ଜଣକ ପରେ ଜଣକୁ ନିଜ…

58 mins ago