ବର୍ଷ ଆରମ୍ଭରୁ ଅଘଟଣ: ମାତା ବୈଷ୍ଣୋ ଦେବୀ ମନ୍ଦିରରେ ଦଳାଚକଟା, ୧୨ ଶ୍ରଦ୍ଧାଳୁ ମୃତ

ନୂଆ ବର୍ଷ ଆରମ୍ଭରୁ ଅଘଟଣ। ଜମ୍ମୁ କାଶ୍ମୀର ସ୍ଥିତ ମାତା ବୈଷ୍ଣୋ ଦେବୀ ମନ୍ଦିରରେ ଦଳା ଚକଟା ହୋଇ ୧୨ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଛି। ଅନେକ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। କିଛି ଗୁରୁତରଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଏହି ସଂଖ୍ୟା ବଢ଼ିବା ନେଇ ଆଶଙ୍କା ପ୍ରକାଶ ପାଇଛି। ପୋଲିସ ଓ ସୁରକ୍ଷାବହିନୀର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଆହତଙ୍କୁ କଟାରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ମୃତକ ମାନଙ୍କ ପୋଷ୍ଟମର୍ଟମ କରାଯାଇଛି। ମୋଟ ଆହତଙ୍କ ସଂଖ୍ୟା ଏ ପର୍ଯ୍ୟନ୍ତ ଜଣାପଡ଼ିନାହିଁ।
जम्मू-कश्मीर: माता वैष्णो देवी भवन में भगदड़ मचने से कुछ लोग घायल हुए हैं, बचाव अभियान जारी है। pic.twitter.com/mkdbxsTlOW
— ANI_HindiNews (@AHindinews) January 1, 2022
ରିପୋର୍ଟ ମୁତାବକ, ଏହି ଦଳାଚକଟା ଗତ କାଲି ରାତି ୨ରୁ ୩ଟା ମଧ୍ୟରେ ହୋଇଛି। ସାମାନ୍ୟ ଯୁକ୍ତିତର୍କକୁ ନେଇ ଲୋକେ ପରସ୍ପରକୁ ଠେଲାପେଲା କରିବା ପରେ ଦଳାଚକଟା ଘଟିଥିଲା। ତ୍ରିକୂଟ ପର୍ବତ ଚୂଡ଼ାରେ ଥିବା ପୀଠର ଗର୍ଭଗୃହ ବାହାରେ ଥିବା ୩ ନମ୍ବର ଫାଟକ ନିକଟରେ ଏହି ଦୁଃଖଦ ଘଟଣା ଘଟିଛି। ନବବର୍ଷର ପ୍ରଥମ ଦିନ ଅବସରରେ ମାତାଙ୍କ ଦର୍ଶନ ପାଇଁ ବହୁସଂଖ୍ୟକ ଭକ୍ତ ଏହି ଧର୍ମପୀଠରେ ସମବେତ ହୋଇଛନ୍ତି। ଏହି ଅଘଟଣ ପରେ ଯାତ୍ରାକୁ ବନ୍ଦ କରାଯାଇଛି। ଦଳା ଚକଟା ପରେ ଅନେକ ଶ୍ରଦ୍ଧାଳୁ ଘରକୁ ଫେରୁଥିବା ଦେଖା ଯାଇଛି।
PM Narendra Modi expresses grief over the deaths in stampede at Mata Vaishno Devi Bhawan in Katra, Jammu & Kashmir. pic.twitter.com/W6Rvir1pyM
— ANI (@ANI) January 1, 2022
ଏହି ଘଟଣାରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତିଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ବ୍ୟକ୍ତ କରିଛନ୍ତି। ଦଳାଚକଟା ଘଟଣାରେ ମୃତକଙ୍କୁ ଦୁଇ ଲକ୍ଷ ଓ ଆହତଙ୍କୁ ୫୦ ହଜାର ଟଙ୍କା ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ। ଟ୍ୱିଟ ମାଧ୍ୟମରେ ମୋଦି ମୃତକଙ୍କ ପରିଜନଙ୍କୁ ସମବେଦନା ଜଣାଇବା ସହ ଗୁରୁତରଙ୍କ ଆରୋଗ୍ୟ କାମନା କରିଛନ୍ତି। ଦୁର୍ଘଟଣା ନେଇ ଉପରାଜ୍ୟପାଳ ମନୋଜ ସିହ୍ନାଙ୍କ ସହ ପ୍ରଧାନମନ୍ତ୍ରୀ କଥା ହୋଇଛନ୍ତି।
Extremely saddened by the loss of lives due to a stampede at Mata Vaishno Devi Bhawan. Condolences to the bereaved families. May the injured recover soon. Spoke to JK LG Shri @manojsinha_ Ji, Ministers Shri @DrJitendraSingh Ji, @nityanandraibjp Ji and took stock of the situation.
— Narendra Modi (@narendramodi) January 1, 2022