ୟମେନର ଅଦନ ଏୟାରପୋର୍ଟରେ ଭୟଙ୍କର ବିସ୍ଫୋରଣ, ୧୨ ମୃତ

ୟମେନର ଅଦନ ଏୟାରପୋର୍ଟ ପାଖରେ ଶନିବାର ରାତିରେ ଏକ ଭୟଙ୍କର ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣରେ ୧୨ ଜଣ ଲୋକ ମୃତ୍ୟୁବରଣ କରିଥିବା ସୁରକ୍ଷା ଅଧିକାରୀ କହିଛନ୍ତି। ବିସ୍ଫୋରଣ କ’ଣ ପାଇଁ ଘଟିଥିଲା ତା’ର ତଦନ୍ତ ପୋଲିସ କରୁଛି।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ, ସାଉଥ ୟମେନରେ ଅଦନ ଅନ୍ତର୍ଜାତୀୟ ବିମାନବନ୍ଦରର ପ୍ରବେଶ ଦ୍ୱାର ପାଖରେ ଏହି ବିସ୍ଫୋରଣ ହୋଇଥିଲା। ଏଣ୍ଟ୍ରି ଗେଟ୍‌ ପାଖରେ ଥିବା ଏକ କାରରେ ଏହି ବସ୍ଫୋରଣ ହୋଇଥିଲା। ଏହି କାରରେ ପେଟ୍ରୋଲିୟମ ପ୍ରଡକ୍ଟ ରହିଥିଲା।

ସୂଚନାଯୋଗ୍ୟ, ଗତବର୍ଷ ଡିସେମ୍ବର ୩୧ ତାରିଖରେ ଅଦନ ଏୟାରପୋର୍ଟରେ ବ୍ଲାଷ୍ଟ ହୋଇଥିଲା। ଯେଉଁଥିରେ ୨୨ ଲୋକ ମୃତ୍ୟୁବରଣ କରିଥିବା ବେଳେ ୫୦ରୁ ଅଧିକ ଲୋକ ଆହତ ହୋଇଥିଲେ। ଏହି ଘଟଣା ଘଟିବାର କିଛି ସମୟ ପୂର୍ବରୁ ନୂଆ କ୍ୟାବିନେଟ ମନ୍ତ୍ରୀମାନଙ୍କୁ ନେଇ ଏକ ବିମାନ ଏୟାରପୋର୍ଟ ଆସିଥିଲା। ସେଥିପାଇଁ ଏହି ବ୍ଲାଷ୍ଟ ହୋଇଥିଲା।

Leave A Reply

Your email address will not be published.