ସଂସଦରୁ ନିଲମ୍ବିତ ହେଲେ୧୨ ଜଣ ସାଂସଦ, ବିଶୃଙ୍ଖଳ ଆଚରଣ ପାଇଁ ନିଆଗଲା ପଦକ୍ଷେପ

ନୂଆଦିଲ୍ଲୀ(କେ ନ୍ୟୁଜ): ସଂସଦର ଶୀତକାଳୀନ ଅଧିବେଶନ ସୋମବାର ଆରମ୍ଭ ହୋଇଛି । ଅଧିବେଶନର ପ୍ରଥମ ଦିନରେ ହିଁ ୧୨ ଜଣ ସାଂସଦଙ୍କୁ ସସ୍ପେଣ୍ଡ କରାଯାଇଛି । ଗୃହ ମଧ୍ୟରେ ବିଶୃଖଳିତ ଆଚରଣ କରିବା ନେଇ ଏମାନଙ୍କୁ ନିଲମ୍ବନ କରାଯାଇଥିବା ଜଣାଯାଇଛି । ଏମାନଙ୍କ ମଧ୍ୟରେ କଂଗ୍ରେସରୁ ୬ ଜଣ, ତୃଣ ମୂଳ କଂଗ୍ରେସରୁ ୨ ଜଣ, ସିପିଆଇରୁ ଜଣେ, ଶିବସେନାରୁ ଦୁଇ ଜଣ ଅଛନ୍ତି । ସିପିଏମର ଏଲାମାରାମ କରିମ, କଂଗ୍ରେସର ଫୁଲୋ ଦେବୀ, ଛାୟା ବର୍ମା, ଆର ବୋରା, ରାଜାମଣି ପଟେଲ, ସଇଦ ନାସିର ହୁସେନ, ଅଖିଳେସ ପ୍ରସାଦ ସିଂହ, ଟିଏମସିର ଶାନ୍ତା ଛେତ୍ରୀ ଓ ଡୋଳା ସେନ ପ୍ରମୁଖ ଅଛନ୍ତି । ସିପିଆଇର ବିନୟ ବିଶ୍ୱମ, ଶିବସେନାର ପ୍ରିୟଙ୍କା ଚତୁର୍ବେଦୀ, ଅନିଲ ଦେଶାଇଙ୍କୁ ନିଲମ୍ବନ କରାଯାଇଛି । ଅଗଷ୍ଟ ୧୧ ତାରିଖରେ ଗୃହରେ ହୋଇଥିବା ହଂଗାମାକୁ ନେଇ ଏପରି ଏକ ପଦକ୍ଷେପ ନିଆଯାଇଥିବା ଜଣାଯାଇଛି । ନିଲମ୍ବନକୁ

ନେଇ ସଂସଦ ପକ୍ଷରୁ ଅଫିସିଆଲ ନୋଟିସ ଜାରି କରାଯାଇଥିବା ବେଳେ ଏମାନେ ସଂସଦ ୨୫୪ ତମ ଅଧିବେଶନର ଶେଷ ଦିନ ଅର୍ଥାତ ଅଗଷ୍ଟ ମାସ ୧୧ ତାରିଖରେ ଅଶୋଭନୀୟ ଆଚରଣ କରିଥିଲେ । ସୁରକ୍ଷାକର୍ମୀଙ୍କ ଉପରେ ଜାଣିବୁଝି ଆକ୍ରମଣ କରିଥିଲେ । ଚେୟାରର ମଧ୍ୟ ଅପମାନ କରିଥିଲେ । ନିୟମର ଅବମାନନା କରିବା ସହିତ ସେଦିନର କାର୍ଯ୍ୟପନ୍ଥାରେ ବାଧା ସୃଷ୍ଟି କରିଥିବା ନେଇ ମଧ୍ୟ ଅଭିଯୋଗ ଉଠିଛି । କହିରଖିବା ଉଚିତ ହେବକି, ସଂସଦର ମୌସୁମୀ ଅଧିବେଶନ ବିପକ୍ଷ ଦଳର ହଂଗାମା ସହିତ ହିଁ ଆରମ୍ଭ ହୋଇଥିଲା । ବିଶୃଙ୍ଖଳ ଜନିତ ଆଚରଣ ମାତ୍ରାଧିକ ବଢ଼ିଥିବାରୁ ନିର୍ଦ୍ଦିଷ୍ଟ ସମୟର ଦୁଇ ଦିନ ପୂର୍ବରୁ ଏହାକୁ ସ୍ଥଗିତ ରଖାଯାଇଥିଲା । ମୁଖ୍ୟତଃ ପେଗାସସ ଜ୍ୱାସୁଷ ବିବାଦ, ତିନି କୃଷି ଆଇନ ପରି ଘଟଣା ମାନକୁ ନେଇ ହଂଗାମା ସୃଷ୍ଟି ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.