ପାକିସ୍ତାନରେ ମର୍ମନ୍ତୁଦ ବସ୍‌ ଦୁର୍ଘଟଣା: ୧୨ ମୃତ, ୫୦ ଗୁରୁତର

ପାକିସ୍ତାନରେ ଦୁର୍ଘଟଣା ଯୋଗୁଁ ଖାଇରେ ଖସିଲା ବସ୍‌ ଏବଂ କାର । ଦୁର୍ଘଟଣାରେ ୧୨ ମୃତ ଏବଂ ୫୦ରୁ ଅଧିକ ଗୁରୁତର । ଆଗକୁ ମୃତକଙ୍କ ସଂଖ୍ୟା ବଢିପାରେ ବୋଲି ଖବର ମିଳିଛି। ତେବେ ବସ୍‌ର ବ୍ରେକ ଫେଲ୍‌ ଯୋଗୁଁ ଏହି ଦୁର୍ଘଟଣା ହୋଇଛି ।

ପାକିସ୍ତାନରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ପାକିସ୍ତାନର କାଲକରହାର ସଲ୍ଟ ରେଞ୍ଜ ଅଞ୍ଚଳରେ ବସ୍‌ ଓଲଟିବା କାରଣରୁ ୧୨ ଜଣଙ୍କର ମୃତ୍ୟୁ ହୋଇଛି । ୫୦ ଜଣରୁ ଅଧିକ ଆହତ ହୋଇଥିବା ଖବର ମିଳିଛି । ଏହି ବସ୍‌ଟି ଇସଲାମାବାଦରୁ ଲାହୋର ଯାଉଥିଲା । ବସର ବ୍ରେକ୍‌ ହଠାତ୍‌ ଫେଲ ହୋଇଯିବା କାରଣରୁ ଏହି ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚି ଆହତଙ୍କୁ ହସପିଟାଲରେ ଭର୍ତ୍ତି କରିଛନ୍ତି ।

ସୂଚନା ମୁତାବକ, ପାକିସ୍ତାନର କାଲକରହାର ନିକଟରେ ବସ୍‌ର ବ୍ରେକ ଫେଲ୍‌ ହେବାରୁ ଅନ୍ୟ ପଟୁ ଆସୁଥିବା ଏକ କାର ସହିତ ବସ୍‌ ଧକ୍କା ହୋଇଥିଲା। ଧକ୍କା ହେବା ଫଳରେ ବସ୍‌ଟି ଖାଇକୁ ଖସିପଡିଥିଲା । କାର ଓ ବସ୍‌ ଖାଇକୁ ଖସିବା ଯୋଗୁଁ ୧୨ ଜଣଙ୍କର ମୃତ୍ୟୁ ହୋଇଥିଲା । ଆଉ ଏଥିରେ ମହିଳା ଏବଂ ପିଲାଙ୍କ ସମେତ ୫୦ ଜଣ ଗୁରୁତର ଆହତ ହୋଇଛନ୍ତି । ବସଟି ଇସଲାମାବାଦରୁ ଲାହୋର ଯାଉଥିଲା । ପୋଲିସ ଏବଂ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଜାରି ରଖିଛି । ମୃତଦେହକୁ ଉଦ୍ଧାର କରିବା ସହିତ ଆହତଙ୍କୁ ହସପିଟାଲରେ ଭର୍ତ୍ତି କରିଛି । ଅନେକ ଆହତଙ୍କ ଅବସ୍ଥା ଗୁରୁତର ରହିଛି । ମୃତକଙ୍କ ସଂଖ୍ୟା ଆଗକୁ ବଢିପାରେ ବୋଲି ସୂଚନା ରହିଛି।

ସୂଚନାଯୋଗ୍ୟ, ଏହା ପୂର୍ବରୁ ୭ ଫେବୃଆରୀରେ ପାକିସ୍ତାନର କୋହିସ୍ଥାନରେ ବଡ ସଡ଼କ ଦୁର୍ଘଟଣା ହୋଇଥିଲା । କାର ଏବଂ ବସ୍‌ ଦୁର୍ଘଟଣା ଯୋଗୁଁ ଖାଇରେ ଖସିପଡିଥିଲା । ଏଥିରେ ୨୨ ଜଣଙ୍କର ମୃତ୍ୟୁ ହୋଇଥିଲା । ଅନେକ ଆହତ ହୋଇଥିଲେ ।

ଉତ୍ତର ପଶ୍ଚିମ ପାକିସ୍ତାନର ପେଶାଓ୍ଵରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବସ୍‌ ଏବଂ କାର ଧକ୍କା ହେବା ପେର ୩୦ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଥିଲା। ୧୫ରୁ ଅଧିକ ଆହତ ହୋଇଥିବା ଖବର ମିଳିଥିଲା । ଯାତ୍ରୀବାହୀ ବସ୍ ଗିଲ୍ଗିଟ୍ରୁ ରାୱଲପିଣ୍ଡି ଅଭିମୁଖେ ଯାଉଥିବା ବେଳେ ଶିତିୟାଲ୍ ଅଞ୍ଚଳରେ ଦୁର୍ଘଟଣା ଘଟିଛି । ଏଠାରେ ସଡ଼କର ବିପରୀତ ଦିଗରୁ ଆସୁଥିବା ଗୋଟାଏ କାର୍ ସହିତ ବସ୍‌ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଦୁଇଟି ଯାକ ଗାଡି ଗଭୀର ଖାଇରେ ଖସିପଡିଥିଲା । ଖବର ପାଇ ପୋଲିସ ଓ ଉଦ୍ଧାରକାରୀ ଘଟଣାସ୍ଥଳକୁ ଯାଇ ମୃତାହତମାନଙ୍କୁ ଉଦ୍ଧାର କରି ଆରଏଚସି ହସପିଟାଲରେ ଭର୍ତ୍ତି କରିଥିଲେ । ପୋଲିସ ଅଧିକାରୀଙ୍କ କହିବାନୁଯାୟୀ, ଅନ୍ଧାର ଯୋଗୁଁ ଉଦ୍ଧାରକାରୀ ଦଳ ଅସୁବିଧାରେ ସମ୍ମୁଖୀନ ହୋଇଥିଲେ । ଉଦ୍ଧାର କରିବା ସମୟରେ ଅନ୍ଧକାର ସମସ୍ୟା ସାଜିଥିଲା ।