ଦେଶ ବିଦେଶ

ଗଣଦୁଷ୍କର୍ମ କଲେ, ପରେ ଇଟାଭାଟିରେ ଜିଅନ୍ତା ଜାଳିଦେଲେ…୧୨ ବର୍ଷର ନାବାଳିକାଙ୍କ ସହ ନାରକୀୟ କାଣ୍ଡ

ରାଜସ୍ଥାନର ଭିଲୱାଡ଼ାରେ ୧୨ ବର୍ଷର ଜଣେ ନାବାଳିକାଙ୍କୁ ଜିଅନ୍ତା ଜାଳି ଦେଇଛନ୍ତି। ଗଣଦୁଷ୍କର୍ମ ପରେ ତାଙ୍କୁ ଏକ ଇଟାଭାଟିରେ ପୋଡ଼ି ଦିଆଯାଇଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି। ଇଟାଭାଟି ନିକଟରେ ଝିଅର ଚାନ୍ଦି କଡ଼ା ଦେଖିବା ପରେ ନାବାଳିକାଙ୍କ ପରିବାର ଲୋକଙ୍କ ମନରେ ସନ୍ଦେହ ଜାତ ହୋଇଥିଲା।

ଯେତେବେଳେ ସେମାନେ ଆଖପାଖର ଲୋକଙ୍କୁ ଏ ବିଷୟରେ ପଚାରିଥିଲେ, ଲୋକେ କହିଥିଲେ ଯେ ନାବାଳିକାଙ୍କ ସହ ଗୁଣଦୁଷ୍କର୍ମ କରାଯାଇଛି। ଏହାପରେ ତାଙ୍କୁ ଭାଟିରେ ଜିଅନ୍ତା ଜାଳି ଦିଆଯାଇଛି। ଭାଟି ନିକଟରେ ନାବାଳିକାଙ୍କ ଜଳନ୍ତା ଶରୀରର କିଛି ଅଂଶ ମଧ୍ୟ ପଡ଼ିଥିବା ଦେଖିବାକୁ ମିଳିଛି। ତେବେ ପୋଲିସ ଏହି ଘଟଣାରେ ମାମଲା ରୁଜୁ କରି କିଛି ବ୍ୟକ୍ତିଙ୍କୁ ଗିରଫ କରିଛି। ବର୍ତ୍ତମାନ ଅଧିକ ତଦନ୍ତ ଜାରି ରହିଛି।

ସୂଚନା ମୁତାବକ, ଏଠାରେ ଗାଁରେ ରହୁଥିବା ଜଣେ ୧୨ ବର୍ଷର ନାବାଳିକା ବିଲକୁ ଛେଳି ଚରାଇବାକୁ ଯାଇଥିଲେ। କିନ୍ତୁ ସେ ଆଉ ଘରକୁ ଫେରି ନ ଥିଲେ। ଦୀର୍ଘ ସମୟ ଅପେକ୍ଷା କରିବା ପରେ ପରିବାର ଲୋକେ ତାଙ୍କୁ ଖୋଜିବା ଆରମ୍ଭ କରିଥିଲେ।

ଯେତେବେଳେ ସେମାନେ ଚାଷ ଜମିକୁ ଯାଇଥିଲେ, ସେଠାରେ ଥିବା ଇଟାଭାଟିର କୋଇଲା ପାଉଁଶରେ ନାବାଳିକାଙ୍କ ଚାନ୍ଦି କଡ଼ା ଦେଖିବାକୁ ପାଇଥିଲେ। ଭାଟି ପାଖରେ ନାବାଳିକାଙ୍କ ମୃତଦେହର କିଛି ଅଂଶ ମଧ୍ୟ ପଡ଼ିଥିଲା। ଏ ସମ୍ପର୍କରେ ତୁରନ୍ତ ପୋଲିସକୁ ସୂଚନା ଦିଆଯାଇଥିଲା। ଫରେନ୍‌ସିକ ଟିମ୍‌ ସହ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ସେଠାରୁ ନାବାଳିକାଙ୍କ ଚାନ୍ଦି କଡ଼ା ସହ ମୃତ ଶରୀରର ଜଳନ୍ତା ଅଂଶ ଜବତ କରି ଫରେନ୍‌ସିକ ଲ୍ୟାବ୍‌କୁ ପଠାଇଛି।

Roshni

Recent Posts

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

7 mins ago

ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ ବଡ଼ ଘୋଷଣା, CBIକୁ ତଦନ୍ତ ଭାର ହସ୍ତାନ୍ତର

ନୂଆଦିଲ୍ଲୀ : ଥମୁନି ନିଟ୍ ବିବାଦ । ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା…

8 mins ago

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କୁ କିଛି ନୂଆ କାର୍ଯ୍ୟ କରିବାକୁ ମିଳିବ, ବନ୍ଧୁଙ୍କ ସହ ଖୁସିର ସମୟ କାଟିବେ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରୂପେ ଲାଭଦାୟକ ରହିବ । ପାରିବାରିକ ସମ୍ପର୍କ ମଧୁର ହେବ ।…

7 hours ago

ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଜଳସମ୍ପଦ ବିଭାଗର ବରିଷ୍ଠ…

8 hours ago

ଶିକ୍ଷା ମନ୍ତ୍ରୀଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ, ବିଭିନ୍ନ ସମସ୍ୟା ପଚାରି ବୁଝିଲେ

ଉମରକୋଟ: ଶିକ୍ଷା ମନ୍ତ୍ରୀଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ । ନବରଙ୍ଗପୁର ଜିଲ୍ଲା ଉମରକୋଟ ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଡାଙ୍ଗରୀଗୁଡାକୁ…

9 hours ago

କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ଆଇଏସଟିଇ ଜୀବନବ୍ୟାପୀ ସାଧନା ପୁରସ୍କାର

ଭୁବନେଶ୍ୱର : କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ଆଇଏସଟିଇ ଜୀବନବ୍ୟାପୀ ସାଧନା ପୁରସ୍କାର ପ୍ରଦାନ କରାଯାଇଛି।…

10 hours ago