ଦିଲ୍ଲୀରେ ୧୨ ବର୍ଷର ପୁଅକୁ ଅତି ନୃଶଂସଭାବେ ଗଣଦୁଷ୍କର୍ମ କଲେ ୪ ଜଣ, ତା’ପରେ ପ୍ରାଇଭେଟ୍‌ ପାର୍ଟରେ ପୂରାଇଲେ ରଡ୍‌

ନୂଆଦିଲ୍ଲୀ: ସାଧାରଣତଃ ଝିଅମାନେ ଦୁଷ୍କର୍ମର ଶିକାର ହେଉଥିବା ଖବର ଆସୁଥିବା ବେଳେ ଦିଲ୍ଲୀରେ ଜଣେ ନାବାଳକକୁ ଗଣଦୁଷ୍କର୍ମ କରାଯିବା ଘଟଣା ବର୍ତ୍ତମାନ ସାରା ଦେଶକୁ ଦୋହଲାଇ ଦେଇଛି। ରାଜଧାନୀ ଦିଲ୍ଲୀର ସିଲମପୁର ଅଞ୍ଚଳରେ ଜଣେ ୧୨ ବର୍ଷର ବାଳକ ଗଣଦୁଷ୍କର୍ମର ଶିକାର ହୋଇ ମେଡିକାଲରେ ସଂଘର୍ଷ କରୁଛି।

ଦିଲ୍ଲୀ ମହିଳା ଆୟୋଗକୁ ମିଳିଥିବା ସୂଚନା ମୁତାବକ, ସିଲମ୍‌ପୁର ନିବାସୀ ମହିଳା କହିଛନ୍ତି ତାଙ୍କ ୧୨ ବର୍ଷର ପୁଅ ସହ ସେପ୍ଟେମ୍ବର ୧୮ରେ ୪ ଜଣ ଲୋକ ଅତି ନୃଶଂସଭାବେ ଦୁଷ୍କର୍ମ କରିଛନ୍ତି। ମା’ଙ୍କ କହିବାନୁସାରେ, ଗଣଦୁଷ୍କର୍ମ ପରେ ଅପରାଧୀମାନେ ତାଙ୍କ ପୁଅର ପ୍ରାଇଭେଟ୍‌ ପାର୍ଟରେ ରଡ୍‌ ପୂରାଇ ଦେଇଛନ୍ତି। ଏଥିସହ ଇଟା ଓ ରଡ୍‌ରେ ଅତି ଅମାନୁଷିକ ଭାବେ ପିଟିଛନ୍ତି।

ମା’କହିଛନ୍ତି, ତାଙ୍କ ପୁଅ ଯନ୍ତ୍ରଣାରେ ଛଟପଟ ହୋଇ ଏହି ଭୟାନକ ଘଟଣା ବାବଦରେ ସେପ୍ଟେମ୍ବର ୨୨ରେ ପରିବାର ଲୋକଙ୍କୁ ଜଣାଇଥିଲା। ପରେ ବାପା-ମା’ ଏ ନେଇ ଦିଲ୍ଲୀ ପୋଲିସକୁ ସୂଚନା ଦେଇଥିଲେ। ବର୍ତ୍ତମାନ ପୁଅକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେ ବି ସେ ମରଣ ସହ ସଂଘର୍ଷ କରୁଛି।

ପୀଡ଼ିତକୁ ଠେଙ୍ଗାରେ ପିଟି ଦରମରା କରି ଅଭିଯୁକ୍ତମାନେ ଫେରାର ହୋଇଯାଇଛନ୍ତି। ଦିଲ୍ଲୀ ମହିଳା କମିଶନର ସ୍ୱାତୀ ମାଲିୱାଲ ଏହି ଘଟଣାକୁ ଗମ୍ଭୀରତାର ସହ ନେବା ସହ ଦିଲ୍ଲୀ ପୋଲିସକୁ ନୋଟିସ୍‌ କରିଛନ୍ତି। ଏହି ଘଟଣାରେ ପୋଲିସ ଜଣକୁ ଗିରଫ କରିଥିବା ବେଳେ ଅନ୍ୟ ୩ ଜଣ ଏବେ ବି ଫେରାର ଥିବା ଜଣାଯାଇଛି।

ସ୍ୱାତୀ ମାଲିଓ୍ଵାଲ କହିଛନ୍ତି, ଏବେ ଦିଲ୍ଲୀରେ କେବଳ ମହିଳା ନୁହେଁ, ପୁରୁଷ ବି ସୁରକ୍ଷିତ ନୁହଁନ୍ତି। ଏକ ୧୨ ବର୍ଷର ପୁଅକୁ ୪ ଜଣ ଲୋକ ଅତି ନୃଶଂସଭାବେ ରେପ୍‌ କରିବା ପରେ ଠେଙ୍ଗାରେ ପିଟି ପିଟି ଦରମରା କରି ରାସ୍ତା ଉପରେ ଫିଙ୍ଗି ଦେଇ ଚାଲିଯାଇଛନ୍ତି। ଏବେ ପୁଅଟି ଆଇସିୟୁରେ ଅଛି। ଆମ ଟିମ୍‌ ଲଗାତାର ତାଙ୍କ ଉପରେ ନଜର ରଖିଛି ଓ ସହାୟତା ଯୋଗାଉଛି। ଏଭଳି ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବା ଉଚିତ ବୋଲି ମହିଳା କମିଶନର କହିଛନ୍ତି।

Also Read: ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୬୪ ନୂଆ କରୋନା ସଂକ୍ରମିତ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.