ଛତିଶଗଡ଼ : ସରିଲା ୧୨୪ ଘଣ୍ଚାର ଏନକାଉଣ୍ଟର । ଛତିଶଗଡ଼ ନାରାୟଣପୁରର ଅବୁଝମାଡ଼ ଜଙ୍ଗଲରେ ୫ଦିନ ଧରି ଚାଲିଥିବା ନକ୍ସଲ ବିରୋଧୀ ଅପରେସନ ଶେଷ ହେଲା । ଏଥିରେ ୩ଜଣ ନକ୍ସଲ ପ୍ରାଣ ହରାଇଥିବା ବେଳେ ବିପୁଳ ପରିମାଣର ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଜବତ ହୋଇଛି ।
ମହାରାଷ୍ଟ୍ର ସୀମାନ୍ତରେ ନକ୍ସଲଙ୍କ ଉପସ୍ଥିତି ନେଇ ଗୁଇନ୍ଦା ସୂଚନା ମିଳିବା ପରେ ଆରମ୍ଭ ହୋଇଥିଲା ନକ୍ସଲ ବିରୋଧୀ ଅପରେସନ। ଡିଆରଜି ନାରାୟଣପୁର, ଡିଆରଜି ଦାନ୍ତେୱାଡ଼ା, ଡିଆରଜି କୋଣ୍ଡାଗାଓଁ ସହ ଏସଟିଏଫ, ବିଏସଏଫ ଓ ଆଇଟିବିପି ମିଳିତ ଭାବେ ଅପରେସନରେ ସାମିଲ ହୋଇଥିଲେ ।
ସେପ୍ଟେମ୍ବର ୨୩ ତାରିଖରୁ ଆରମ୍ଭ ହୋଇଥିବା ଅପରେସନରେ ନକ୍ସଲ ଓ ସୁରକ୍ଷା କର୍ମୀଙ୍କ ମଧ୍ୟରେ ବଡ଼ ଧରଣର ଗୁଳିମିଳିମୟ ହୋଇଥିଲା । ୫ଦିନ ପରେ ୩ ନକ୍ସଲଙ୍କ ମୃତଦେହ ସହ ଏକେ- ୪୭, ଏସଏଲଆର ଭଳି ଅତ୍ୟାଧୁନିକ ବନ୍ଧୁକ ସହ ବହୁ ମାରଣାସ୍ତ୍ର ଜବତ ହୋଇଛି ।
୫ଦିନର ନକ୍ସଲ ଅପରେସନରେ ପ୍ରତି ଯବାନ ପ୍ରାୟ ୧୨୦ କିମି ଘଞ୍ଚ ଜଙ୍ଗଲରେ ଚାଲିଥିଲେ । ଏଥିରେ ୪୦ରୁ ୫୦ ଜଣ ମହିଳା ଯବାନ ମଧ୍ୟ ଥିଲେ ବୋଲି କହିଛନ୍ତି ନାରାୟଣପୁର ଏସପି ପ୍ରଭାତ କୁମାର।