ଏମିତି ବି ଆସେ ମୃତ୍ୟୁ: ଏକ ବିବାହ ଉତ୍ସବରେ ସ୍ଲାବ ଉପରେ ବସିଥିବାବେଳେ କୂଅରେ ପଡିଗଲେ ଲୋକେ, ୧୩ ମୃତ

ଉତ୍ତରପ୍ରଦେଶ: ଏମିତି ବି ଆସେ ମୃତ୍ୟୁ । ଖୁସିର ମାହେଲ ଭିତରେ ମାଡି ଆସିଲା ଦୁଃଖର କଳା ବାଦଲା। କୂଅରେ ଖସି ୧୩ ମୃତ। ଉତ୍ତରପ୍ରଦେଶ କୁସିନଗରରେ ଦୁର୍ଘଟଣା। ଏକ ବିବାହ ଉତ୍ସବରେ ସ୍ଲାବ ଉପରେ ବସିଥିବାବେଳେ କୂଅରେ ପଡିଗଲେ ଲୋକ।

ଅଧିକ ଓଜନ କାରଣରୁ ସ୍ଲାବଟି ଭାଙ୍ଗିଯାଇଥିଲା ଓ ଲୋକମାନେ କୂଅକୁ ଖସିପଡିଥିଲେ। ଫଳରେ ୧୧ ଜଣ ଲୋକଙ୍କ ମୃତ୍ୟୁ ହେବା ସହ ୨ ଜଣ ଗୁରୁତର ଆହତ ହୋଇଥିଲେ। ହସ୍‌ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ୨ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ପରିବାରକୁ ୪ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରାଯାଇଛି।

Leave A Reply

Your email address will not be published.