ଦେଶ ବିଦେଶ

ମଧ୍ୟପ୍ରଦେଶରେ ବଡ଼ ଦୁର୍ଘଟଣା; କନ୍ୟା ଘରକୁ ଯିବା ବେଳେ ଓଲଟି ପଡ଼ିଲା ବରଯାତ୍ରୀ ଟ୍ରାକ୍ଟର, ୧୩ ଜଣଙ୍କ ମୃତ୍ୟୁ

ମଧ୍ୟପ୍ରଦେଶରେ ବଡ଼ ଦୁର୍ଘଟଣା । ଏଠାରେ ଏକ ବରଯାତ୍ରୀ ଟ୍ରାକ୍ଟର ଓଲଟି ୧୩ ଜଣଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ୪ ଜଣ ଛୋଟ ପିଲା ମଧ୍ୟ ଅଛନ୍ତି । ଏହି ଘଟଣାରେ ୧୫ ଜଣ ଆହତ ହୋଇଥିବା ସୂଚନା ରହିଛି । ଘଟଣା ଘଟିଛି ରାଜଗଡ଼ର ପିପଲୋଦିରେ ।

ମିଳିଥିବା ସୂଚନା ମୁତାବକ, ରବିବାର ରାତି ପ୍ରାୟ ୮ଟା ବେଳେ ବରଯାତ୍ରୀଙ୍କୁ ଧରି ଯାଉଥିବା ଏକ ଟ୍ରାକ୍ଟର ହଠାତ୍‌ ଭାରସାମ୍ୟ ହରାଇ ଘଟଣାସ୍ଥଳରେ ହିଁ ଓଲଟି ପଡ଼ିଥିଲା । ଜିଲ୍ଲା ପ୍ରଶାସନର ଜଣେ ଅଧିକାରୀ କହିଛନ୍ତି ଯେ ରାଜସ୍ଥାନର ମୋତିପୁରାରୁ ବରଯାତ୍ରୀମାନେ କୁଲାମପୁର ଯାଉଥିଲେ । ଏହି ସମୟରେ ଦୁର୍ଘଟଣା ଘଟିଥିଲା ।

ଦୁର୍ଘଟଣା ବିଷୟରେ ଖବର ପାଇ ପୋଲିସ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଥିଲା । ଜେସିବି ସହାୟତାରେ ଟ୍ରାକ୍ଟର ଉଠାଇ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ କରାଯାଇଥିଲା । ଉଦ୍ଧାରକାରୀ ଦଳ ଏବଂ ଆଖାପାଖ ଲୋକଙ୍କ ସହାୟତାରେ ଟ୍ରାକ୍ଟର ତଳୁ ମୃତକ ଓ ଆହତମାନଙ୍କୁ ବାହାର କରାଯାଇଥିଲା । ଏହାପରେ ସଙ୍ଗେ ସଙ୍ଗେ ଆହତଙ୍କୁ ଡାକ୍ତରଖାନା ନିଆଯାଇଥିଲା ।

ଏହି ଘଟଣାରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ସୋସିଆଲ ମିଡିଆ ପୋଷ୍ଟରେ କହିଛନ୍ତି ଯେ ଘଟଣାସ୍ଥଳରେ ରାଜଗଡ଼ ଜିଲ୍ଲାପାଳ ହର୍ଷ ଦୀକ୍ଷିତ, ପୋଲିସ ଅଧୀକ୍ଷକ ଏବଂ ମନ୍ତ୍ରୀ ନାରାୟଣ ସିଂ ପାଓ୍ଵାର ଉପସ୍ଥିତ ଅଛନ୍ତି । ଆମେ ରାଜସ୍ଥାନ ସରକାର ଏବଂ ପୋଲିସ ସହ ଯୋଗାଯୋଗରେ ଅଛୁ । ଆହତମାନଙ୍କୁ ରାଜଗଡ଼ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କିଛି ଆହତଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଭୋପାଳ ପଠାଯାଇଛି ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ମୃତକଙ୍କ ପରିବାର ପ୍ରତି ଗଭୀର ସମବେଦନା ପ୍ରକାଶ କରିଛନ୍ତି । ରାଷ୍ଟ୍ରପତି କହିଛନ୍ତିି, ‘ମଧ୍ୟପ୍ରଦେଶର ରାଜଗଡ଼ରେ ସଡ଼କ ଦୁର୍ଘଟଣାରେ ଅନେକ ଲୋକଙ୍କ ମୃତ୍ୟୁ ଘଟିଥିବା ଖବର ରହିଛି । ଏହା ଅତ୍ୟନ୍ତ ଦୁଃଖଦାୟକ । ଯେଉଁମାନେ ଏହି ଦୁର୍ଘଟଣାରେ ନିଜର ଆତ୍ମୀୟ ସ୍ୱଜନଙ୍କୁ ହରାଇଛନ୍ତି, ସେହି ପରିବାରଙ୍କ ପ୍ରତି ମୋର ସମବେଦନା ରହିଛି । ମୁଁ ଆହତମାନଙ୍କର ଶୀଘ୍ର ଆରୋଗ୍ୟ କାମନା କରୁଛି’ ।

Roshni

Recent Posts

ଫିଲ୍ମ ‘କଲ୍‌କୀ 2898 AD’ର ଆଡଭାନ୍ସ ବୁକିଂ, ଫ୍ୟାନ୍ସଙ୍କ ମଧ୍ୟରେ ଦେଖିବାକୁ ମିଳିଲା ଭିନ୍ନ କ୍ରେଜ୍

ଫ୍ୟାନ୍ସ ଉତ୍ସାହର ସହିତ ପ୍ରଭାସଙ୍କ ଫିଲ୍ମ ‘କଲ୍‌କୀ 2898 AD’କୁ ଅପେକ୍ଷା କରିଛନ୍ତି । ଏହି ଫିଲ୍ମଟି ଜୁନ୍ ୨୭ରେ…

5 mins ago

ପୋଲିସ ବାବୁଙ୍କୁ ମହଙ୍ଗା ପଡିଗଲା ପରକୀୟା ପ୍ରେମ, ପ୍ରମୋସନ ହେବା ବଦଳରେ ହେଲା ଡିମୋସନ୍‌

ପୋଲିସ ବାବୁଙ୍କୁ ମହଙ୍ଗା ପଡ଼ିଲା ପରକୀୟା ପ୍ରେମ । ପ୍ରେମ କରି ଫସିଲେ ପୋଲିସ ବାବୁ। ହୋଟେଲ ରୁମ୍‌ରୁ ପ୍ରେମିକା…

6 mins ago

ଜେପି ନଡ୍ଡାଙ୍କୁ ମିଳିଲା ବଡ଼ ଦାୟିତ୍ୱ, ରାଜ୍ୟସଭାରେ ସଦନର ନେତା ନିଯୁକ୍ତ

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଦଳ ବଡ଼ ଦାୟିତ୍ୱ ହସ୍ତାନ୍ତର କରିଛି । ତାଙ୍କୁ…

24 mins ago

ଥାନାରେ ମାଳ ଅଦଳ ବଦଳ କରି ସିନ୍ଦୁର ପିନ୍ଧିଲେ ଯୁବତୀ, ପ୍ରେମିକ ହାତରେ କାଟିଲେ କେକ୍‌

ଲମତାପୁଟ : କେକରେ ଲେଖା ହୋଇଛି ରବି ଆଣ୍ଡ୍‌ ମଞ୍ଜୁ । ଆଉ ପାଖରେ ଫୁଲ ମାଳ ପିନ୍ଧି ଛିଡା…

50 mins ago

ଜଣକ ପରେ ଜଣକୁ ନିଜ କବ୍ଜାକୁ ନେଉଛି ଡିପଥେରିଆ, ଏବେ ଚିନ୍ତାରେ ସ୍ୱାସ୍ଥ୍ୟ ବିଭାଗ

ଲକ୍ଷ୍ମୀପୁର : ଏବେ ମୃତ୍ୟୁର ତାଣ୍ଡବ ଖେଳି ଚାଲିଛି ଡିଫଥେରିଆ । ଏହି ରୋଗ ଜଣକ ପରେ ଜଣକୁ ନିଜ…

54 mins ago

ବ୍ରିଜ ଉପରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ଜଳେଶ୍ବର : ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଦକ୍ଷିଣ ପୂର୍ବ ରେଳପଥର ନୂଆଗାଁ ରୋଡ଼ ରେଳଷ୍ଟେସନ ମଧ୍ୟ ସ୍ଥଳ…

56 mins ago