ଯମଦୂତ ସାଜିଲା ଟ୍ରକ୍ : ରାସ୍ତା ଉପରେ ବରଯାତ୍ରୀ ଦଳକୁ ଦେଲା ଧକ୍କା , ୧୩ ମୃତ ଓ ୧୮ ଆହତ

ଜୟପୁର : ରାଜସ୍ଥାନର ପ୍ରତାପଗଡ ଜିଲ୍ଲାରେ ଏକ ଦ୍ରୁତଗାମୀ ଟ୍ରକ୍, ରାସ୍ତା ଉପରେ ଆସୁଥିବା ଏକ ବରଯାତ୍ରୀ ଦଳକୁ ଜୋରଦାର ଧକ୍କା ଦେଇଥିବା ଜଣାପଡିଛି । ଯାହାଫଳରେ ୧୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୮ ଜଣ ଗୁରୁତର ଭାବେ ଆହାତ ହୋଇଛନ୍ତି । ମୃତକ ମାନଙ୍କ ମଧ୍ୟରେ ଚାରି ଜଣ ଛୁଆ ଥିବା ଜଣାପଡିଛି । ସୋମବାର ରାତିରେ ଷ୍ଟେଟ୍ ହାଇୱେ-୧୧୩ ରାମଦେବ ମନ୍ଦିର ପାଖରେ ଏହି ଦୁଃଖଦ ଘଟଣା ଘଟିଛି । ତେବେ ନିମ୍ବାହେଡା ରୁ ବାଂସୱାଡା ଯାଉଥିବା ଏକ ଟ୍ରକ୍ ରାସ୍ତା ପାଖରେ ଯାଉଥିବା ବରଯାତ୍ରୀ ଦଳଙ୍କ ଉପରକୁ ଚଢିଯାଇଥିଲା ।
ତେବେ ମୁଖ୍ୟମନ୍ତ୍ରୀ ଅଶୋକ ଗହଲୋଟ୍ କହିଛନ୍ତି ଏହି ଦୁର୍ଘଟଣା ବିଷୟରେ ଜାଣିବାପରେ ସେ ଖୁବ୍ ଦୁଃଖିତ । ସେ କହିଛନ୍ତି,‘’ଶୋକଗ୍ରସ୍ତ ପରିବାର ପ୍ରତି ମୋର ଗମ୍ଭିର ସମବେଦନା । ମୁଁ ଆହତ ମାନଙ୍କର ଶିଘ୍ର ସୁସ୍ଥ ହେବା ପାଇଁ ପ୍ରାର୍ଥନା କରୁଛି’’ ।
Deeply saddened to hear about the tragic accident on NH-113 in Chhoti Sadri, #Pratapgarh in which many people have lost their lives and several have been injured. My heartfelt condolences to the grieved families. I pray for speedy recovery of injured people.#Rajasthan
— Ashok Gehlot (@ashokgehlot51) February 18, 2019
ସେ ଆଉ ମଧ୍ୟ କହିଛନ୍ତି କି ଆହତ ମାନଙ୍କୁ ଛୋଟି ସାଦଡିରେ ଥିବା ଏକ ସରକାରୀ ଡାକ୍ତରଖାନାକୁ ନିଆଯାଇଥିଲା , କିନ୍ତୁ ୧୫ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଉଦୟପୁରକୁ ସ୍ଥାନାନ୍ତର କରାଯାଇଥିଲା ।
ପୋଲିସ୍ ମୁତାବକ ମୃତକ ମାନଙ୍କ ମଧ୍ୟରେ ୯ଜଣଙ୍କର ପରିଚୟ ମିଳିଛି । ସେମାନେ ହେଲେ ଦୌଲତରାମ(୬୦),ଭାରତ(୩୦),ଶୁଭମ୍(୫),ଛୋଟୁ(୫), ଦିଲୀପ୍(୧୧),ଅର୍ଜୁନ୍(୧୫),ଇଶୁ(୧୯),ରମେଶ(୩୦),ଏବଂ କରନ୍(୨୮) । ଅନ୍ୟପଟେ ଡିଏସପି କହିଛନ୍ତି କି ଟ୍ରକ୍ ଚାଳକ ଜଣଙ୍କୁ ବରଯାତ୍ରୀ ଆସୁଥିବା ନେଇ ସ୍ପଷ୍ଟ ଭାବେ ଦେଖାଯାଇନଥିଲା ।