କେସ୍ ପାଇଁ ୧୩ଟି ଶୁଆ କୋର୍ଟରେ ହେଲେ ହାଜର, ଜାଣନ୍ତୁ କାହିଁକି ?

ଦିଲ୍ଲୀ କୋର୍ଟରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି, ଯେଉଁଠି କୋର୍ଟର ଶୁଣଣୀ ପାଇଁ ଶୁଆମାନେ ପହଁଚିଥିଲେ। ପିଞ୍ଜରାରେ ପ୍ରାୟ ୧୩ଟି ଶୁଆ ଥିଲେ। ଶୁଆ ମାନେ କୋର୍ଟରେ ହାଜର ହେବା ପଛରେ ଜଣେ ବିଦେଶୀ ନାଗରିକଙ୍କ ହାତ ରହିଛି। ଇନ୍ଦିରା ଗାନ୍ଧୀ ଅନ୍ତରାଷ୍ଟ୍ରୀୟବିମାନ ବନ୍ଦରରେ ଏହି ବିଦେଶୀ ନାଗରିକଙ୍କୁ ଗିରଫ କରାଯାଇଛି। କାରଣ ସେ ଜୋତା ଖୋଳରେ ଶୁଆକୁ ରଖି ନିଜ ଦେଶକୁ ନେବା ନାଇଁ ଚେଷ୍ଟା କରୁଥିଲେ। ଏହି ସବୁ ଶୁଆ ଡବା ଯେତେବେଳେ ଜବତ ହୋଇଥିଲା ତେବେ ଏହି ଶୁଆମାନେ ଜୀବିତ ଅବସ୍ଥାରେ ଥିଲେ।

ଏହାସହ ପଢନ୍ତୁ : ଭାଇରାଲ ହେଉଛି ଏହି ବୃଦ୍ଧ ଦମ୍ପତିଙ୍କ ସେଲ୍ଫି ଫଟୋ, ଭିଡ଼ ଭିତରେ ଦୁହିଁଙ୍କ ପ୍ରେମ ଦେଖି ଭାବୁକ ହୋଇଯାଉଛନ୍ତି ଲୋକେ

ଆଇନ୍ ଅନୁଯାୟୀ କେସ୍ ସମ୍ବନ୍ଧୀୟ କୌଣସି ବି ଜିନିଷ କୋର୍ଟରେ ହାଜର ହେବା ପାଇଁ ଜରୁରୀ। ଏଥିପାଇଁ କୋର୍ଟରେ ଶୁଆମାନେ ହାଜର ହୋଇଥିଲେ। କୋର୍ଟ ଅଭିଯୁକ୍ତଙ୍କ ଉପରେ ଓ୍ଵାଇଲଡ୍ ଲାଇଫ୍ ଆକ୍ଟ ଦ୍ୱାରା କେସ୍ ରୁଜୁ କରାଯାଇଛି। ଭାରତର ଶୁଆକୁ ଅନ୍ୟ ଦେଶକୁ ନେବା ପାଇଁ ପ୍ରତିବନ୍ଧ ଲଗାଯାଇଛି। ଏହି ସବୁ ଶୁଆଙ୍କ ସୁରକ୍ଷାର ଦାୟିତ୍ୱ ବାର୍ଡ ସେଞ୍ଚୁରୀ ଅଧିକାରୀଙ୍କୁ ଦିଆଯାଇଛି।