ସାରା ବିଶ୍ୱକୁ ଡରାଉଛି ମଙ୍କିପକ୍ସ: ୧୯ ଦେଶରେ ୧୩୧ ରୋଗୀ ଚିହ୍ନଟ

ସାରା ବିଶ୍ୱକୁ ଡରାଉଛି ମଙ୍କିପକ୍ସ । ୧୯ ଦେଶରେ ୧୩୧ ମଙ୍କିପକ୍ସ ରୋଗୀ ଚିହ୍ନଟ ହୋଇଛନ୍ତି । ସେହିପରି ଆଉ ୧୦୬ରୁ ଅଧିକ ଲୋକ ସଂକ୍ରମିତ ଥିବା ସନ୍ଦେହ କରାଯାଉଛି । ସେମାନଙ୍କ ନମୁନା ପରୀକ୍ଷା ପାଇଁ ପଠାଯାଇଛି। ମଙ୍କିପକ୍ସ ଅସ୍ୱାଭାବିକ ଭାବେ ବ୍ୟାପୁଥିଲେ ବି ଏହାକୁ ନିୟନ୍ତ୍ରଣ କରାଯାଇ ପାରିବ ବୋଲି କହିଛି ଡବ୍ଲୁଏଚଓ ।

କେନ୍ଦ୍ରୀୟ ୟୁରୋପୀୟ ଦେଶ ସ୍ଲୋଭେନିଆ ଏହାର ପ୍ରଥମ ମଙ୍କିପକ୍ସ ମାମଲା ନେଇ ରିପୋର୍ଟ ଆସିଛି। ସ୍ପେନର କ୍ୟାନାରି ଦ୍ୱୀପରୁ ଫେରିଥିବା ଜଣେ ବ୍ୟକ୍ତି ମଙ୍କିପକ୍ସ ଭୂତାଣୁରେ ସଂକ୍ରମିତ ହୋଇଛନ୍ତି । ସେହିପରି ବ୍ରିଟେନରେ ଆଉ ୩୬ ନୂଆ ମାମଲା ଚିହ୍ନଟ ହେବା ପରେ ମୋଟ ମାମଲା ୫୬ରେ ପହଞ୍ଚିଛି। ଏପଟେ ଆଫ୍ରିକା ବାହାରେ ଦେଖାଦେଇଥିବା ମଙ୍କିପକ୍ସ ସଂକ୍ରମଣ ପାଇଁ ଗଣ ଟିକାକରଣର ଆବଶ୍ୟକ ନଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.