ବାଂଲାଦେଶ: ଅନ୍ଧାରରେ ଅଛନ୍ତି ୧୪ କୋଟି ଲୋକ, ଗ୍ରୀଡ ଅଚଳ ଯୋଗୁଁ ବିଜୁଳି ସେବା ବନ୍ଦ

ନୂଆଦିଲ୍ଲୀ : ଅନ୍ଧାରରେ ପୂରା ବାଂଲାଦେଶ । ଅନ୍ଧାରରେ ୧୪ କୋଟି ଲୋକ । ଗ୍ରୀଡ ଅଚଳ ଯୋଗୁଁ ବିଜୁଳି ନାହିଁ । ଆଜି ଅପରାହ୍ନରୁ ବ୍ଲାକ ଆଉଟ ହୋଇଛି ବାଂଲାଦେଶ । ଫଳରେ ଲୋକେ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି । ପାଣି ଯୋଗାଣ ଠପ୍‌ ହୋଇଛି । ବିଦ୍ୟୁତ ଯୋଗାଣ କେବେ ସ୍ୱଭାବିକ ହେବ ତାହା ଜଣାପଡି ନାହିଁ ।

ଅନ୍ୟପଟେ ସରକାରଙ୍କ ଦ୍ୱାରା ପରିଚାଳିତ ବାଂଲାଦେଶ ପାୱାର ଡେଭପଲମେଣ୍ଟ ବୋର୍ଡର ଅଧିକାରୀ କହିଛନ୍ତି, ଦେଶର ପୂର୍ବ ଅଞ୍ଚଳରେ ବିଜୁଳି ଟ୍ରାନ୍ସମିସନ ଫେଲ୍ ରହିଛି । ଦେଶର ବିଜୁଳି ବିଭାଗର ମୁଖପାତ୍ର ସମୀମ ହସନ କହିଛନ୍ତି, ରାଜଧାନୀ ଢାକା ଏବଂ ଅନ୍ୟ ବଡ଼ ସହରରେ ସମସ୍ତ ପାୱାର ପ୍ଲାଣ୍ଟ ବନ୍ଦ ହୋଇଯାଇଛି ଏବଂ ବିଜୁଳି କାଟିବାକୁ ପଡିଛି । ତେବେ କେଉଁଠି ତ୍ରୁଟି ରହିଛି ଏବଂ କାହିଁକି ଏପରି ହେଲା ତାହା ଜାଣିବାକୁ ଇଞ୍ଜିନିୟର୍ସ ପ୍ରସାୟ କରୁଛନ୍ତି । ଏହାକୁ ଠିକ୍ କରିବାକୁ ଅନେକ ସମୟ ଲାଗିପାରେ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.