ଆନ୍ଧ୍ର-ତେଲେଙ୍ଗାନାରୁ ଫେରିଲେ ୧୪ ଦିନ ସରକାରୀ କ୍ୱାରେଣ୍ଟାଇନ ବାଧ୍ୟତାମୂଳକ, ୬ଜିଲ୍ଲା ପ୍ରଶାସକୁ ଆଲର୍ଟ କଲେ SRC

ଭୁବନେଶ୍ବର: ଆନ୍ଧ୍ର-ତେଲେଙ୍ଗାନାରୁ ଫେରିଲେ ୧୪ ଦିନ ସରକାରୀ କ୍ୱାରେଣ୍ଟାଇନ ବାଧ୍ୟତାମୂଳକ । ଆନ୍ଧ୍ର ଓ ତେଲେଙ୍ଗାନାରେ କୋଭିଡ୍‌ର ଅତ୍ୟନ୍ତ କ୍ଷତିକାରକ ଭାରିଆଣ୍ଟ ବ୍ୟାପୁଛି । ଏହାକୁ ଦୃଷ୍ଟିରେ ରଖି ଦକ୍ଷିଣ ଓଡ଼ିଶାର ଛଅ ଜିଲ୍ଲା ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲା ପ୍ରଶାସକୁ ଆଲର୍ଟ କରିଛନ୍ତି ଏସ୍‌ଆରସି।

ଆନ୍ଧ୍ର-ତେଲେଙ୍ଗାନା ଫେରନ୍ତାଙ୍କ ଉପରେ କଡ଼ା ନଜର ରଖିବାକୁ କୁହାଯାଇଛି । ଓଡ଼ିଶା ସୀମାନ୍ତ ଆନ୍ଧ୍ର, ତେଲେଙ୍ଗାନାର ସବୁ ରାସ୍ତାରେ ବର୍ଡର ଚେକ୍‌ ପୋଷ୍ଟ କରିବାକୁ ୬ ଜିଲ୍ଲାର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସବୁ ଏଣ୍ଟ୍ରି ପଏଣ୍ଟରେ ଚେକିଂ ବଢାଯାଇଛି। ରାୟଗଡ଼ା ଜିଲ୍ଲାକୁ ସଂଯୋଗ କରୁଥିବା ସମସ୍ତ ସଡକ ପଥକୁ ସିଲ୍‌ କରାଯାଇଛି। ରାୟଗଡ଼ା ବ୍ଲକର ସାନକୁଲୁଟି , ସାନସାନ୍ଧୁବାଡି, ରେଙ୍ଗାଲୁପାଡୁ ସମେତ କୋତାଗୁଡ଼ା, ଗୋମ୍ମୁଗୁଡ଼ା ଓ ଗୋଠଲପଦରରେ ଚେକପୋଷ୍ଟ କରାଯାଇଛି। କରୋନା ସଂକ୍ରମଣ ରୋକିବା ପାଇଁ ରେଳଷ୍ଟେସନ ଓ ସୀମାନ୍ତରେ ମଧ୍ୟ କଡା ଚେକିଂ କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.