ଆଜରବୈଜାନରେ ମିଲିଟାରୀ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ୧୪ ମୃତ

ଆଜରବୈଜାନର ରାଜଧାନୀ ବାକୁ ଠାରେ ଏକ ବଡ ଧରଣର ଦୁର୍ଘଟଣା ଘଟିଯାଇଛି । ଅଧିକାରୀଙ୍କ କହିବା ଅନୁଯାୟୀ ଏକ ମିଲିଟାରୀ ହେଲିକପ୍ଟର ଟ୍ରେନିଙ୍ଗରେ ଥିବା ସମୟରେ କାଉକାସସ ନିକଟରେ ଦୁର୍ଘଟଣାଗ୍ରସ୍ଥ ହୋଇଛି ।  ଘଟଣାରେ ୧୪ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ଷ୍ଟେଟ ବର୍ଡ଼ର ସର୍ଭିସର ହେଲିକପ୍ଟର ଦୁର୍ଘଟଣାର ଶିକାର ହେବା ପରେ ୧୪ ଜଣଙ୍କର ଜୀବନ ଯାଇଥିବା ବେଳେ ୨
ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ସୂଚନାରୁ ଜଣାଯାଇଛିଯେ ଦୁର୍ଘଟଣାର ଶିକାର ହୋଇଥିବା ସମସ୍ତ ଯାତ୍ରୀ ଦେଶ ମିଲିଟାରୀରେ କାର୍ଯ୍ୟରତ ।

ମଙ୍ଗଳବାର ଦେଶର ବର୍ଡ଼ର ସର୍ଭିସ ଓ ପ୍ରସିକ୍ୟୁଟର ଜେନେରାଲ ମିଳିତ ଭାବରେ କହିଛନ୍ତିକି ସକାଳ ୧୦ଟା ୪୦ ମିନିଟରେ ଖୟାଜି ଅଂଚଳର ଗରଖଵାଟ ଠାରେ ଆଯରବୈଜାନର ଷ୍ଟେଟ ବର୍ଡ଼ର ସର୍ଭିସ ପକ୍ଷରୁ ଏକ ଟ୍ରେନିଙ୍ଗ ଫ୍ଲାଇଟ ଅଭ୍ୟାସ କରାଯାଉଥିବା ବେଳେ କୌଣସି କାରଣରୁ ହଠାତ ଦୁର୍ଘଟଣାର ଶିକାର ହୋଇଥିଲା । ଘଟଣାର ତଦନ୍ତ ଜାରି ରହିଛି ବୋଲି ବିଭାଗୀୟ ଅଧିକାରୀ କହିଛନ୍ତି । ସୀମା ବିବାଦକୁ ନେଇ ଆଯରବୈଜାନ ଓ ଆର୍ମେନିଆ ମଧ୍ୟରେ ଦୁଇ ସପ୍ତାହ ତଳେ ହାତାହାତି ପରିସ୍ଥିତି ଦେଖାଦେଇଥିବା ବେଳେ ଏପରି ଏକ ଦୁର୍ଘଟଣାକୁ ନେଇ ସନ୍ଦେହ ଘନୀଭୂତ ହୋଇଛି ।

ଗତ ବର୍ଷ ନଗରନୋକାରାବଖ ଅଞ୍ଚଳରେ ମଧ୍ୟ ଏହି ଦୁଇ ଦେଶ ମଧ୍ୟରେ ଏକ ପ୍ରକାର ଘମାଘୋଟ ସ୍ଥିତି ଉପୁଜିଥିଲା । ଏହି ଯୁଦ୍ଧ ପ୍ରାୟ ୬ ସପ୍ତାହ ଯାଏଁ ଚାଲିଥିବା ବେଳେ ଏଥିରେ ପ୍ରାୟ ୬୫୦୦ ଲୋକଙ୍କର ଜୀବନ ଯାଇଥିଲା । ଯେବେକି ରୁଷ ପକ୍ଷରୁ ଉଭୟ ଦେଶ ପ୍ରତି ଅସ୍ତ୍ର ବିରତି ଉଲ୍ଲଭଗଂ କରାଯାଇଥିବା ନେଇ ଦାବି ଜୋର ଧରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.