ଉତ୍ତରପ୍ରଦେଶ ପ୍ରତାପଗଡ଼ରେ ମର୍ମନ୍ତୁଦ ଦୁର୍ଘଟଣା: ଭାରସାମ୍ୟ ହରାଇ ଟ୍ରକରେ ପିଟି ହେଲା ବରଯାତ୍ରୀଙ୍କୁ ନେଇ ଯାଉଥିବା ବୋଲେରୋ, ୧୪ ମୃତ

 ଉତ୍ତରପ୍ରଦେଶ: ବରଯାତ୍ରୀଙ୍କ ଶେଷଯାତ୍ରା। ଉତ୍ତରପ୍ରଦେଶ ପ୍ରତାପଗଡ଼ରେ ମର୍ମନ୍ତୁଦ ଦୁର୍ଘଟଣା। ଭାରସାମ୍ୟ ହରାଇ ଟ୍ରକରେ ମାଡ଼ ହେଲା ବୋଲେରୋ। ଘଟଣା ସ୍ଥଳରେ ହିଁ ୧୪ଜଣଙ୍କ ମୃତ୍ୟୁ ହୋଇଛି। ପ୍ରୟାଗରାଜ-ଲକ୍ଷ୍ନୌ ହାଇେଓ୍ଵ ପାଖରେ ଠିଆହୋଇଥିବା ଏକ ଟ୍ରକକୁ ଧକ୍କା ଦେଇଥିଲା ବୋଲେରୋ। ବୋଲେରୋରେ ଥିବା ୬ଜଣ ଶିଶୁଙ୍କ ସମେତ ୧୪ଜଣଙ୍କ ମୃତ୍ୟୁ ହୋଇଛି।

ସମସ୍ତେ ଏକ ବିବାହ ଉତ୍ସବରେ ଯୋଗଦେଇ ଫେରୁଥିଲେ। ନିଶାସକ୍ତ ଅବସ୍ଥାରେ ଡ୍ରାଇଭର ଭାରସାମ୍ୟ ହରାଇ ଗାଡ଼ିକୁ ମାଡ଼ କରିଥିବା ଜଣାପଡିଛି। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ହସ୍‌ପିଟାଲରେ ଭର୍ତ୍ତି କରିଥିଲା। ସେଠାରେ ଡାକ୍ତର ସମସ୍ତଙ୍କୁ ମୃତ ଘୋଷଣା କରିଥିଲେ। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘଟଣାରେ ଶୋକ ବ୍ୟକ୍ତ କରିଛନ୍ତି। ଘଟଣାସ୍ଥଳରେ ବରିଷ୍ଠ ଅଧିକାରୀଙ୍କୁ ପହଞ୍ଚି ଆବଶ୍ୟକୀୟ ସୁବିଧା ଯୋଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ଆଦିତ୍ୟନାଥ।

Leave A Reply

Your email address will not be published.