‘ରିଭରଡେଲ୍’ ଓ ‘ଡାଏରୀ ଅଫ୍ ଏ ଓ୍ଵିମ୍ପି’ର କିଡ୍ ଷ୍ଟାର ରୟାନ ଗ୍ରାନ୍ଥମ୍ଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ମା’ ବାରବରା ହ୍ଵାଇଟ୍ଙ୍କୁ ହତ୍ୟା କରିବା ଅଭିଯୋଗରେ କୋର୍ଟ ତାଙ୍କୁ ଏହି ଦଣ୍ଡ ଶୁଣାଇଛନ୍ତି। ମିଳିଥିବା ସୂଚନା ମୁତାବକ, ୨୦ ସେପ୍ଟେମ୍ବରରେ କୋର୍ଟ ଶୁଣାଣି ସମୟରେ ଗ୍ରାନ୍ଥମ୍ଙ୍କ ପାଇଁ ଆଜୀବନ ବନ୍ଧୁକ ପ୍ରତିବନ୍ଧକ ବି ଜାରି କରି ଦିଆଯାଇଛି।
ଗ୍ରାନ୍ଥମ୍ ନିଜ ବିରୋଧରେ ଲାଗିଥିବା ସେକେଣ୍ଡ ଡିଗ୍ରୀ ହତ୍ୟା ଅଭିଯୋଗର ଦୋଷ ସ୍ୱୀକାର କରିଛନ୍ତି। ଅଭିଯୋଜକଙ୍କ କହିବା ହେଲା, କଳାକାର ସେହି ସମୟରେ ଏକ ଭିଡିଓ କ୍ଲିପ୍ ଜାରି କରି ନିଜ ଅପରାଧ ସ୍ୱୀକାର କରିଥିଲେ। ଏହି କ୍ଲିପ୍ରେ ସେ କହିଥିଲେ କି, ‘ମୁଁ ମୋ ମା’ଙ୍କ ମୁଣ୍ଡର ପଛଭାଗକୁ ଗୁଳି ମାରି ଦେଇଛି। ଏହି ସମୟରେ ତାଙ୍କୁ ଜଣାପଡ଼ି ଯାଇଥିଲା ଯେ ମୁଁ ହିଁ ତାଙ୍କୁ ମାରିଛି’।

ତେବେ ରିପୋର୍ଟ ମୁତାବକ, ଗ୍ରାନ୍ଥମ୍ଙ୍କ ମା’ ପିଆନୋ ବଜାଉଥିବା ସମୟରେ ହିଁ ଗ୍ରାନ୍ଥମ୍ ତାଙ୍କୁ ପଛପଟୁ ମାରିଥିଲେ। ଏହାପରେ ନିଜ କାର୍ରେ ବନ୍ଧୁକ, ବାରୁଦ ମୋମୋଟୋଭ କକ୍ଟେଲ ଲୋଡ୍ କରି ଯେଉଁଠି କାନାଡା ପିଏମ୍ ଜଷ୍ଟିନ୍ ଟ୍ରୁଡୋ ରହୁଛନ୍ତି, ସେଠାକୁ ସେ ପଳାଇ ଯାଇଥିଲେ। ପୋଲିସ ବୟାନ ମୁତାବକ, ଗ୍ରାନ୍ଥମ୍, ଟ୍ରୁଡୋଙ୍କୁ ମଧ୍ୟ ମାରିବାକୁ ଚେଷ୍ଟା କରିଥିଲେ। ସେ କାନାଡା ପ୍ରଧାନମନ୍ତ୍ରୀଙ୍କୁ ମାରିବାକୁ ଯୋଜନା ବନାଇଥିଲେ।
କହି ରଖୁଛୁ, ପ୍ରାରମ୍ଭରେ ଫାର୍ଷ୍ଟ ଡିଗ୍ରୀ ହତ୍ୟା ଅଭିଯୋଗ ଲାଗିବା ପରେ ସେ ସେକେଣ୍ଡ ଡିଗ୍ରୀ ହତ୍ୟା ଅପରାଧ ସ୍ୱୀକାର କରିଥିଲେ। ଛାଡ଼ିଥିବା ଭିଡିଓ ଏବଂ ବୟାନରେ ଗ୍ରାନ୍ଥମ୍ ସମସ୍ତ କଥା କହିଥିଲେ। ସେ ଆହୁରି କହିଥିଲେ କି, ସେ ସାମୂହିକ ହତ୍ୟାର ମଧ୍ୟ ଯୋଜନା କରିଥିଲେ। ସେପଟେ ଗ୍ରାନ୍ଥମ୍ଙ୍କ ଭଉଣୀ କୋର୍ଟରେ ପ୍ରମାଣ ଦେଇଥିଲେ ଯେ ଗ୍ରାନ୍ଥମ୍ କୌଣସି ଭୟଙ୍କର ବ୍ୟକ୍ତିଙ୍କଠାରୁ କମ୍ ନୁହଁନ୍ତି।