26/11 ମୁମ୍ବାଇ ଆଟାକ୍‌କୁ ୧୪ ବର୍ଷ, ସେଦିନର ବର୍ବର ଚିତ୍ର ଆଜି ବି ସମସ୍ତଙ୍କ ମନରେ ତାଜା

ମୁମ୍ବାଇ: 26/11 ମୁମ୍ବାଇ ଆଟାକ୍‌କୁ ୧୪ ବର୍ଷ । ଆଜିର ଦିନକୁ କେବେ ବି ଭୁଲି ପାରିବନି ଭାରତ । ସେଦିନର ସେହି ବର୍ବର ଚିତ୍ର ଆଜି ବି ସମସ୍ତଙ୍କ ମନରେ ତାଜା ହୋଇ ରହିଛି । ମୁମ୍ବାଇ ତାଜ୍‌ ହୋଟେଲ୍‌ରେ ରକ୍ତର ହୋଲି ଖେଳିଥିଲେ ଆତଙ୍କବାଦୀ । ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ତିନି ଦିନ ଧରି ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା ।

ଏହି ଆତଙ୍କବାଦୀ ଆକ୍ରମଣରେ ୧୮ ସୁରକ୍ଷାକର୍ମୀଙ୍କ ସମେତ ୧୬୬ ଜଣଙ୍କ ପ୍ରାଣ ଯାଇଥିଲା । ୩୦୦ରୁ ଅଧିକ ଗୁରୁତର ହୋଇଥିଲେ । ଦେଶର ସବୁଠୁ ସୁରକ୍ଷିତ ସ୍ଥାନ ମଧ୍ୟରୁ ତାଜ୍‌ ହୋଟେଲକୁ ଟାର୍ଗେଟ୍‌ କରି ଖେଲା ଚାଲେଞ୍ଜ କରିଥିଲେ । ପାକିସ୍ତାନ କରାଚିରୁ ୧୦ ଜଣ ଆତଙ୍କବାଦୀ ବୋଟ୍‌ ସାହାର୍ଯ୍ୟରେ ମୁମ୍ବାଇରେ ପହଞ୍ଚିଥିଲେ ।

ଭାରତୀୟ ନୌସେନାକୁ ଚକ୍‌ମା ଦେବାକୁ ରାସ୍ତାରେ ଏକ ଭାରତୀୟ ବୋଟ୍‌କୁ କବ୍‌ଜା କରି ସମସ୍ତଙ୍କୁ ହତ୍ୟା କରିଥିଲେ । ଏହାପରେ ରାତି ୮ରେ ମୁମ୍ବାଇରେ ଏଣ୍ଟ୍ରି କରିଥିଲେ । ରାତି ବଢିବା ସହ ମୁମ୍ବାଇ ରାସ୍ତାରେ ମୃତ୍ୟୁର ତାଣ୍ଡବ ରଚିଥିଲେ ଆତଙ୍କୀ । ଏହି ଆତଙ୍କବାଦୀଙ୍କ ମଧ୍ୟରେ ଅଜମଲ କସାବକୁ କାବୁ କରିନେଇଥିଲେ ସୁରକ୍ଷାକର୍ମୀ । ତାଙ୍କୁ ଫାଶୀ ଦିଆ ସରିଛି । ଆଜିର ଦିନକୁ ମନେ ପକାଉଛି ଦେଶ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.