ଦେଶ ବିଦେଶ

ଦେଶର ୧୫ କୋଟି ଘରକୁ ଦିଆଯିବ ‘ଅକ୍ଷତ ନିମନ୍ତ୍ରଣ’, ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପାଇଁ ମେଗା ପ୍ଲାନ୍‌

ଭଗବାନ ରାମଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଜାନୁୟାରୀ ୨୨ରେ ଅନୁଷ୍ଠିତ ହେବ। ଏହି ଉତ୍ସବ ପାଇଁ ‘ଅକ୍ଷତ ନିମନ୍ତ୍ରଣ’ ମହାଅଭିଯାନ ଆରମ୍ଭ ହୋଇଛି। ଏହି ଅଭିଯାନ ସାରା ଦେଶରେ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଅଭିଯାନ ଅଧୀନରେ ବିଶ୍ୱ ହିନ୍ଦୁ ପରିଷଦର କାର୍ଯ୍ୟକର୍ତ୍ତା ଏବଂ ପ୍ରଭୁ ଶ୍ରୀରାମଙ୍କ ଉପରେ ଆସ୍ଥା ରଖୁଥିବା ବ୍ୟକ୍ତିମାନେ ଘର ଘର ବୁଲି ଅକ୍ଷତ ନିମନ୍ତ୍ରଣ ଦେବେ। ଏହା ସହିତ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ମାଧ୍ୟମରେ ପଠାଯାଇଥିବା ବାର୍ତ୍ତା ମଧ୍ୟ ଲୋକଙ୍କୁ ପ୍ରଦାନ କରିବେ।

ଦିଲ୍ଲୀର ଇଷ୍ଟ ଅଫ୍‌ କୈଳାଶସ୍ଥିତ ଆର୍ଯ୍ୟ ସମାଜ ମନ୍ଦିରରେ ହୋମପୂଜା ସହିତ ଏହି ଅଭିଯାନ ଆରମ୍ଭ ହୋଇଛି। ଅଯୋଧ୍ୟା ରାମ ମନ୍ଦିରରେ ପୂଜିତ ଅକ୍ଷତ ସହିତ ଘର ଘର ବୁଲି ଲୋକଙ୍କୁ ବାର୍ତ୍ତା ଦିଆଯାଉଛି। ଏଥିରେ କୁହାଯାଉଛି ଯେ ପ୍ରାଣ ପ୍ରତିଷ୍ଠା ଦିନ ନିଜ ନିକଟସ୍ଥ ମନ୍ଦିର ଯାଇ ସେଠାରେ ଏହି କାର୍ଯ୍ୟକ୍ରମର ସାକ୍ଷୀ ହୁଅନ୍ତୁ। ରାମ ମନ୍ଦିରରେ ପୂଜା ହୋଇଥିବା ଅକ୍ଷତ ଦେଶର କୋଣ ଅନୁକୋଣରେ ପହଞ୍ଚିସାରିଛି। ବର୍ତ୍ତମାନ ଏହାକୁ ପ୍ରତ୍ୟେକ ଘରେ ପହଞ୍ଚାଇବା ପାଇଁ ଏକ ମେଗା ଅଭିଯାନ ଆରମ୍ଭ କରାଯାଇଛି।

ବିଶ୍ୱ ହିନ୍ଦୁ ପରିଷଦର ମୁଖପାତ୍ର ବିନୋଦ ବଂସଲ କହିଛନ୍ତି, ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା ପାଇଁ ଦେଶବ୍ୟାପୀ ନିମନ୍ତ୍ରଣ ଦିଆଯାଉଛି। ଏହି ଅଭିଯାନ ଅଧୀନରେ ପ୍ରତ୍ୟେକ ସହର, ଗାଁ, ବସ୍ତି ଏବଂ ପ୍ରତ୍ୟେକ ଘରକୁ ଯାଇ ଲୋକଙ୍କୁ ନିମନ୍ତ୍ରଣ କରାଯିବ। ଏହା ମାଧ୍ୟମରେ ଲୋକଙ୍କୁ କୁହାଯିବ ଯେ ଭଗବାନ ରାମ ୫୦୦ ବର୍ଷ ପରେ ନିଜ ଘରକୁ ଫେରୁଛନ୍ତି। ଆମେ ସମସ୍ତେ ନିଜ ଘରୁ ବାହାରି ଘର ପାଖ ମନ୍ଦିରରେ ୨୨ ତାରିଖ ସକାଳ ୧୧ଟାରୁ ରାତି ୨ଟା ପର୍ଯ୍ୟନ୍ତ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ସାମିଲ ହେବା। ଅଯୋଧ୍ୟାରୁ ଏହାର ସିଧା ପ୍ରସାରଣ ହେବ।

Roshni

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

7 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

8 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

9 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

9 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

10 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

10 hours ago