ଇଷ୍ଟର୍ଣ୍ଣ ପେରିଫେରଲ ଏକ୍ସପ୍ରେସ ୱେରେ ବଡ ଦୁର୍ଘଟଣା: ଓଲଟିଲା ପିଏସି ଟ୍ରକ, ୧୫ ଯବାନ ଆହତ

ଉତ୍ତରପ୍ରଦେଶ ବାଗପତ ଜିଲ୍ଲାର ଇଷ୍ଟର୍ଣ୍ଣ ପେରିଫେରଲ ଏକ୍ସପ୍ରେସୱେରେ ବଡ ଦୁର୍ଘଟଣା। ଭାରସାମ୍ୟ ହରାଇ ଓଲଟିଲା ପିଏସି ଟ୍ରକ୍। ଗାଜିଆବାଦର ୪୭ ବାଟାଲିୟନକୁ ଯାଉଥିବା ଏକ ପିଏସି ଟ୍ରକ୍ ଭାରସାମ୍ୟ ହରାଇ ପେରିଫେରଲ ଉପରେ ଓଲଟିପଡିଥିଲା । ଏହି ଦୁର୍ଘଟଣାରେ ୧୫ରୁ ଅଧିକ ଯବାନ ଆହତ ହୋଇଥିବାବେଳେ ୧୨ରୁ ଅଧିକ ଯବାନ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ଜିଲ୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।

ସୂଚନାଯୋଗ୍ୟ ଯେ, ବାଗପତର ପୂର୍ବ ପେରିଫେରାଲ ଏକ୍ସପ୍ରେସୱେରେ ଥିବା କାଠା ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି । ପିଏସିର ଏହି ଟ୍ରକ୍ ବାଗପତ ଇଷ୍ଟର୍ଣ୍ଣ ପେରିଫେରଲ ରାସ୍ତା ଦେଇ ଗାଜିଆବାଦ ୪୭ ପିଏସିକୁ ଯାଉଥିଲା । ରାସ୍ତାରେ ଷ୍ଟିଅରିଂ ଫେଲ୍ ହେବାରୁ ପିଏସିର ଟ୍ରକ୍ ଭାରସାମ୍ୟ ହରାଇ ପେରିଫେରଲରେ ଓଲଟି ପଡିଥିଲା । ଦୁର୍ଘଟଣାରେ ୧୫ ଜଣ ଯବାନ ଗୁରୁତର ଆହତ ହୋଇଛନ୍ତି । ଆହତ ଯବାନମାନେ ବାଗପତ ଜିଲ୍ଲା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

Leave A Reply

Your email address will not be published.