ଦେଶ ବିଦେଶ

ସୋମାଲିଆର ସୈନ୍ୟକ୍ୟାମ୍ପରେ ଆତ୍ମଘାତୀ ବିସ୍ଫୋରଣ, ୧୫ ମୃତ

ସୋମାଲିଆର ରାଜଧାନୀ ମୋଗାଡିଶୁ ସହରର ଦକ୍ଷିଣରେ ଥିବା ଏକ ସୈନ୍ୟ କ୍ୟାମ୍ପରେ ବିସ୍ଫୋରଣ ହୋଇଛି । ଏହି ବିସ୍ଫୋରଣରେ ଅତି କମରେ ୧୫ ଜଣଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି । ଏହା ଏକ ଆତ୍ମଘାତୀ ବିସ୍ଫୋରଣ । ତେବେ ଏହି ବିସ୍ଫୋରଣ ପାଇଁ କିଏ ନିଜକୁ ଦାୟୀ କରିନଥିବା ଜଣାପଡିଛି । ରାଜ୍ୟ ସରକାରଙ୍କ ଦ୍ବାରା ସଂଚାଳିତ ସୋମାଲି ନ୍ୟାସନାଲ ନ୍ୟୁଜ୍ ଏଜେନ୍ସି ଆକ୍ରମଣ ପାଇଁ ଅଲ୍-ଶବାବକୁ ଦୋଷୀ କରିଛି ।

ଅଲ-କାଏଦା ସହ ଜଡିତ ଏକ ଉଗ୍ରବାଦୀ ଗୋଷ୍ଠୀ ଅଲ-ଶବାବ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରି କହିଥିଲା ଯେ, ସେମାନେ ଶିକ୍ଷା ମନ୍ତ୍ରଣାଳୟକୁ ଟାର୍ଗେଟ କରିଥିଲେ । କାରଣ ଏହା ସୋମାଲି ପିଲାମାନଙ୍କୁ ଇସଲାମ ଧର୍ମର ବିଶ୍ବାସରୁ ହଟାଇବା ପାଇଁ ପ୍ରତିଶ୍ରୁତିବଦ୍ଧ ।

ଏକ ନ୍ୟୁଜ ରିପୋର୍ଟ ଅନୁଯାୟୀ, ଏହି ଆକ୍ରମଣରେ ଅତି କମରେ ୧୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି । ସେହିପରି ସୋମାଲିଆରେ ଗତ ସପ୍ତାହରେ କାର ବିସ୍ଫୋରଣରେ ୧୦୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୦୦ ଜଣ ଆହତ ହୋଇଥିଲେ । ଚଳିତ ବର୍ଷ ନିର୍ବାଚିତ ସୋମାଲିଆର ରାଷ୍ଟ୍ରପତି ହାସନ ଶେଖ ମହମ୍ମଦ ଗତ ସପ୍ତାହରେ କହିଥିଲେ ଯେ ତାଙ୍କ ସରକାର ଉଗ୍ରବାଦୀଙ୍କ ବିରୋଧରେ ଲଢେଇ କରୁଛି ।

ସୈନ୍ୟ ଅଧିକାରୀ ଅଦନ ୟୋର ଏଏଫପି କହିଛନ୍ତି, ନାଗରିକ ଏବଂ ନୂଆ ଭର୍ତ୍ତି ହୋଇଥିବା ସୈନିକ ଆହତ ହୋଇଛନ୍ତି।, ସହରର ବିଭିନ୍ନ ଭାଗରେ ବିସ୍ଫୋରଣ ଶବ୍ଦ ଶୁଣିଥିଲେ ଏଠିକାର ନିବାସୀ ।

Swagatika

Recent Posts

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

6 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

23 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

55 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

58 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

1 hour ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

1 hour ago