ବିହାର: ଗଙ୍ଗାନଦୀରେ ଯାତ୍ରୀମାନଙ୍କୁ ନେଉ ଯାଉଥିବାବେଳେ ଓଲଟିଲା ଡଙ୍ଗା , ୧୫ ନିଖୋଜ

ନୂଆଦିଲ୍ଲୀ : ବିହାରର ପାଟନାସ୍ଥିତ ଗଙ୍ଗାନଦୀରେ ଯାତ୍ରୀମାନଙ୍କୁ ନେଉ ଯାଉଥିବାବେଳେ ଓଲଟିଲା ଡଙ୍ଗା । ଡଙ୍ଗା ପ୍ରାୟ ୫୫ ଜଣ ଯାତ୍ରୀ ଥିବା ବେଳେ ସେମାନଙ୍କ ମଧ୍ୟରୁ ଅଧିକାଂଶ ଲୋକଙ୍କୁ ଉଦ୍ଧାର କରଯାଇଛି। ତେବେ ୧୫ ଜଣ ନିଖୋଜ ଥିବା ଜଣାପଡିଛି। ସୂଚନା ଅନୁଯାୟୀ ଏହି ଘଟଣାଟି ପାଟଣାର ମନେରରେ ଘଟିଛି। ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ଏଭଳି ଅଘଟଣ ଘଟିଛି। କୁହାଯାଉଛି ଯେ ଏହି ସମସ୍ତ ଲୋକ ଗାଈ ଗୋରୁ ମାନଙ୍କ ପାଇଁ ଚାରା ଆଣିବା ପାଇଁ ନଦୀ ପାର ହେଉଥିଲେ। ସେଠାରୁ ଫେରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା।

ଅନ୍ୟପଟେ ଗଙ୍ଗା ନଦୀରେ ଡଙ୍ଗା ଓଲଟିବା ଖବର ପାଇବା ପରେ ମନେର ଏବଂ ଶାହାପୁର ପୋଲିସ ଷ୍ଟେସନ ଅଧ୍ୟକ୍ଷ ଘଟଣାସ୍ଥଳରେ ପହଞ୍ଚି ବୁଡ଼ି ଯାଇଥିବା ଲୋକଙ୍କ ସନ୍ଧାନ ଆରମ୍ଭ କରିଥିଲେ। କିଛି ଲୋକଙ୍କୁ ନଦୀରୁ ଉଦ୍ଧାର କରାଯାଇଛି ଏବଂ ନିଖୋଜ ଥିବା ଲୋକଙ୍କୁ ଖୋଜାଖୋଜି ଜାରି ରହିଛି। କୁହାଯାଉଛି ଯେ ସମସ୍ତ ଯାତ୍ରୀ ଶାହାପୁର ପୋଲିସ ଷ୍ଟେସନ ଅଞ୍ଚଳର ଦାଉଦପୁର ବାସିନ୍ଦା । ସେମାନେ ଗୋରୁଙ୍କ ପାଇଁ ଖାଇବାକୁ ଆଣିବା ପାଇଁ ପ୍ରତିଦିନ ଗଙ୍ଗା ପାର ହୋଇଥାନ୍ତି ଏବଂ ଆଜି ମଧ୍ୟ ସେମାନେ ଚାରା ଆଣିବାକୁ ଯାଇଥିଲେ, କିନ୍ତୁ ଡଙ୍ଗାଟି ଫେରିବା ସମୟରେ ଗଙ୍ଗାର ମୁଖ୍ୟ ସ୍ରୋତରେ ପଡ଼ିଯାଇଥିଲା।

ବର୍ତ୍ତମାନ ପୋଲିସ ପ୍ରଶାସନ ଘଟଣାସ୍ଥଳରେ ଉପସ୍ଥିତ ରହି ଲୋକଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରୁଛି। ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ ପ୍ରାୟ ୧୫ ରୁ ୨୦ ଜଣ ଲୋକ ନିଖୋଜ ଅଛନ୍ତି। ଏଠାରେ ଦୁର୍ଘଟଣାର ଖବର ପାଇବା ପରେ ନିଖୋଜ ଲୋକଙ୍କ ପରିବାର ମଧ୍ୟରେ ଉତ୍ତେଜନା ଦେଖାଦେଇଛି। ଲୋକମାନେ କହୁଛନ୍ତି ଯେ ଗାଁର ପ୍ରାୟ ୫୦ ରୁ ୫୫ ଜଣ ଲୋକ ଡଙ୍ଗାରେ ଥିଲେ।

ଏହି ଘଟଣାକୁ ନିଶ୍ଚିତ କରି ଶାହପୁର ପୋଲିସ ଷ୍ଟେସନ ଅଧ୍ୟକ୍ଷ ସଫିର ଆଲାମ କହିଛନ୍ତି ଯେ ଗଙ୍ଗା ନଦୀରେ ଏକ ଡଙ୍ଗା ଜଳମଗ୍ନ ହୋଇଛି। ପ୍ରାୟ ୫୦ ରୁ ୫୫ ଜଣ ଲୋକ ଡଙ୍ଗାରେ ଥିଲେ ଯେଉଁମାନେ ଗୋରୁମାନଙ୍କ ପାଇଁ ଖାଇବାକୁ ଆଣିବାକୁ ଗଙ୍ଗା ନଦୀ ପାର ହେଉଥିଲେ। ଫେରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଛି। ବର୍ତ୍ତମାନ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି ଯାତ୍ରୀଙ୍କ ସନ୍ଧାନ ଚାଲିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.