ଭୁଶୁଡ଼ୁଛି ମାଓ ଦୁର୍ଗ, ମହାରାଷ୍ଟ୍ର ଗଡ଼ଚିରୋଲି ଜିଲ୍ଲାରେ ପୁଣି ଆତ୍ମସମର୍ପଣ କଲେ ଆଉ ୧୫ ମାଓବାଦୀ

ମହାରାଷ୍ଟ୍ର : ଭୁଶୁଡ଼ୁଛି ମାଓ ଦୁର୍ଗ । ମହାରାଷ୍ଟ୍ର ଗଡ଼ଚିରୋଲି ଜିଲ୍ଲାରେ ପୁଣି ଆତ୍ମସମର୍ପଣ କଲେ ଆଉ ୧୫ ମାଓବାଦୀ । IMMC ପ୍ରବକ୍ତା ଅନନ୍ତ ଓରଫ ବିକାଶ ନାଗପୁର ସମେତ ୧୫ ହାର୍ଡକୋର୍ ମାଓବାଦୀ ଆତ୍ମ ସମର୍ପଣ କରିଛନ୍ତି । ଗଡ଼ଚିରୋଲି ଜିଲ୍ଲା ଗୋଁଦିଆ ପୋଲିସ ଆଗରେ ଏମାନେ ଆତ୍ମ ସମର୍ପଣ କରିଛନ୍ତି ।

ତେବେ ସମସ୍ତଙ୍କ ମୁଣ୍ଡରେ ମୋଟ ୯୨ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିବା ବେଳେ ଅନନ୍ତ ନାଁରେ ୨୪ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା ଥିଲା। ମାଓବାଦୀମାନେ ବିପୁଳ ଅସ୍ତ୍ରଶସ୍ତ୍ର ସହିତ ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି । ତେବେ ଗତ ଫେବ୍ରୁଆରୀରେ ଅନନ୍ତ ଆତ୍ମସମର୍ପଣ କରିବ ବୋଲି ଘୋଷଣା କରିଥିଲେ ।

Also Read : ହ୍ବାଇଟ ହାଉସ ନିକଟରେ ଗୁଳିକାଣ୍ଡ, ଥାର୍ଡ ୱାର୍ଲଡ କଣ୍ଟ୍ରିକୁ ମନା ହୋଇପାରେ ଆମେରିକା