ମୁମ୍ବାଇ : ୧୧ ବର୍ଷର ନାବାଳିକା ଧର୍ଷଣ ମାମଲା, ସ୍କୁଲ ସ୍ୱିପରକୁ ୧୫ ବର୍ଷ ଜେଲ୍‌ ଦଣ୍ଡ

ମୁମ୍ବାଇ : ମୁମ୍ବାଇର ଏକ ସ୍ପେସାଲ କୋର୍ଟ ସ୍କୁଲର ଜଣେ କର୍ମଚାରୀକୁ ଜଣେ ଛାତ୍ରୀକୁ ଧର୍ଷଣ ଅଭିଯୋଗରେ ୧୫ ବର୍ଷ ଜେଲ ଦଣ୍ଡ ଶୁଣାଇଛନ୍ତି । ଏହି ଘଟଣା ଦକ୍ଷିଣ ମୁମ୍ବାଇର ଏକ ମ୍ୟୁନିସିପାଲଟି ସ୍କୁଲର । ଦୀର୍ଘ ୭ ବର୍ଷ ତଳେ ଜଣେ ୧୧ ବର୍ଷର ସ୍ପୁଲ ଛାତ୍ରୀକୁ ଧର୍ଷଣ କରାଯାଇଥିଲା । ଆଉ ଏହି ଧର୍ଷଣ କରିଥିଲା ଉକ୍ତ ସ୍କୁଲର ଜଣେ ସ୍ୱିପର । ସ୍କୁଲ ଛାତ୍ରୀଟିର ମା’ ଓ ଭଉଣୀଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ ଛାତ୍ରୀଟି ତା’ର ଜଣେ ଚାଚୀ ପାଖରେ ରହୁଥିଲେ ।

ଏହି ଘଟଣା ୨୦୧୫ ମସିହାର । ଛାତୀଟି ସ୍କୁଲରୁ ଫେରିବା ପରେ ଚାଚୀ ଛାତ୍ରୀଟିର ଶରୀର କ୍ଷତାକ୍ତ ହୋଇଥିବା ଦେଖିବାକୁ ପାଇଥିଲେ । ଛାତ୍ରୀଟିକୁ ପଚାରିବାରୁ ସେ କିଛି କହିନଥିଲା । କିଛି ଦିନ ପରେ ଚାଚୀ ପୁଣି ଛାତ୍ରୀଟିର ଦେହରେ ସେପରି କ୍ଷତ ଦେଖିବାକୁ ପାଇଲେ । ଏଥର ମଧ୍ୟ ଛାତ୍ରୀଟି କଥାକୁ ଏଡାଇ ଯାଇଥିଲା ।

୨୦୧୫ ମସିହା ୨୫ ମାର୍ଚ୍ଚ ଦିନ ଯେତେବେଳେ ଛାତ୍ରୀଟି ସ୍କୁଲରୁ ଫେରୁଥିଲା ସେ ଠିକ୍‌ ରେ ଚାଲିପାରୁନଥିବା ଚାଚୀ ଦେଖିବାକୁ ପାଇଥିଲେ । ଚାଚୀ କୌଣସି ପ୍ରକାରେ ଛାତ୍ରୀଠାରୁ ସମସ୍ତ କଥା ଆଦାୟ କରିଦେଲେ । ଶେଷରେ ଛାତୀଟି ଚାଚୀ ଆଗରେ ସମସ୍ତ କଥା ମାନିଯାଇଥିଲେ । ସ୍କୁଲର ଜଣେ ସ୍ୱିପର ତା’ ସହ କେତେଥର ଧର୍ଷଣ କରିଥିବା ନେଇ ଛାତ୍ରୀଟି ଚାଚୀକୁ କହିଥିଲା ।

ଖାଲି ସେତିକି ନୁହେଁ ଯଦି ଏ କଥା କାହାକୁ କୁହେ ସେ ତା’ର ଜୀବନ ନେଇଯିବ ବୋଲି ମଧ୍ୟ ଧମକ ଦେଇଥିଲା । ଅଭିଯୁକ୍ତ ସ୍ୱିପର ସ୍କୁଲ କ୍ୟାମ୍ପସରେ ହିଁ ରହୁଥିଲା । ନାବାଳିକା ଛାତ୍ରୀଟିର ଚାଚୀଙ୍କ ଅଭିଯୋଗ କ୍ରମେ ପୋଲିସ ପଙ୍କଜ ଅର୍ଜୁନଭା କୋଲି(୩୨) କୁ ଗିରଫ କରିଥିଲା । ଦୀର୍ଘ ଦିନ ପରେ କୋର୍ଟ ଅଭିଯୁକ୍ତ ପଙ୍କଜକୁ ୧୫ ବର୍ଷ ଜେଲ ଦଣ୍ଡ ଶୁଣାଇଥିବା ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.