ରୋଗୀଙ୍କ ମଳାଶୟରୁ ବାହାରିଲା ୧୬ ଇଞ୍ଚର ଲାଉ, ଫାଟିଯାଇଥିଲା ଭିତର ଶିରା; ଡାକ୍ତର ମଧ୍ୟ ଚକିତ

ମଳାଶୟରୁ ବାହାରିଲା ୧୬ ଇଞ୍ଚର ଲାଉ । ମଧ୍ୟ ପ୍ରଦେଶର ଛତରପୁର ଜିଲ୍ଲା ଡାକ୍ତରଖାନାରେ ଏଭଳି ଏକ ଅଜବ ମାମଲା ଦେଖିବାକୁ ମିଳିଛି । ଏଠାରେ ଜଣେ ରୋଗୀଙ୍କ ମଳାଶୟରୁ ୧୬ ଇଞ୍ଚର ଏକ ଲାଉକୁ ଅପରେସନ କରି ବାହାର କରାଯାଇଛି । ଏପରି ବିରଳ ମାମଲା ଦେଖି ଖୋଦ୍‌ ଡାକ୍ତର ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

ସୂଚନା ମୁତାବକ, ୬୦ ବର୍ଷୀୟ ଜଣେ ଚାଷୀଙ୍କ ପେଟରେ ପ୍ରବଳ ଯନ୍ତ୍ରଣା ହେବାରୁ ସେ ଡାକ୍ତରଙ୍କ ପାଖକୁ ଆସିଥିଲେ । ଏଠାରେ ଡାକ୍ତରମାନେ ତାଙ୍କର ଅଲଟ୍ରାସାଉଣ୍ଡ କରିଥିଲେ । ଏଥିରୁ ଜଣାପଡିଥିଲା ଯେ ରୋଗୀଙ୍କ ମଳଦ୍ୱାର ଭିତରେ ଗୋଟିଏ ସମ୍ପୂର୍ଣ୍ଣ ଲାଉ ପଶିଯାଇଛି, ଯେଉଁ କାରଣରୁ ଭିତରର ଶିରା ମଧ୍ୟ ଫାଟି ଯାଇଛି ।

ଯଦିଓ ଲାଉ ମଳାଶୟ ଭିତରକୁ କିପରି ଗଲା, ତାହା ସ୍ପଷ୍ଟ ହୋଇନାହିଁ । ଏ ନେଇ ରୋଗୀ ମଧ୍ୟ କୌଣସି ସ୍ପଷ୍ଟୀକରଣ ଦେଇନାହାନ୍ତି । ଅବସ୍ଥା ବିଗିଡିଯିବାର ଦେଖି ଡାକ୍ତରମାନେ ତୁରନ୍ତ ତାଙ୍କର ଅସ୍ତ୍ରୋପଚାର କରିଥିଲେ । ଦୁଇ ଘଣ୍ଟାର ଜଟିଳ ଅସ୍ତ୍ରୋପଚାର ପରେ ଡାକ୍ତରମାନେ ସଫଳ ହୋଇଥିଲେ । ପାଖାପାଖି ଦେଢ଼ ଫୁଟ ଲମ୍ବାର ଲାଉକୁ ମଳାଶୟରୁ ବାହାର କରାଯାଇଥିଲା ।

ଅସ୍ତ୍ରୋପଚାର ପରେ ଡାକ୍ତରୀ ଟିମ୍‌ ଘୋଷଣା କରିଥିଲେ ଯେ ବ୍ୟକ୍ତି ବର୍ତ୍ତମାନ ବିପଦମୁକ୍ତ ଅଛନ୍ତି । ତାଙ୍କ ଅବସ୍ଥାରେ ଧୀରେ ଧୀରେ ସୁଧାର ଆସୁଛି ।