ବଢିବ ବାୟୁସେନାର ଶକ୍ତି, ୨୦୨୧ ଏପ୍ରିଲ ସୁଦ୍ଧା ସାମିଲ ହେବେ ଆଉ ୧୬ଟି ଲଢୁଆ ରାଫେଲ ବିମାନ

୨୦୨୧ ମସିହା ମଧ୍ୟ ଭାଗ ସୁଦ୍ଧା ଭାରତୀୟ ବାୟୁସେନାରେ ୧୬ଟି ଲଢୁଆ ରାଫେଲ ବିମାନ ସାମିଲ ହେବେ । କହିରଖିବା ଉଚିତ ହେବକି, ଜୁଲାଇ ୨୯
ତାରିଖରେ ଫ୍ରାନ୍ସରୁ ଆସିଥିବା ୫ଟି ଲଢୁଆ ରାଫେଲ ବିମାନକୁ ଭାରତୀୟ ବାୟୁସେନାରେ ସାମିଲ କରାଯାଇଥିଲା । ଯାହାକୁ ବର୍ତ୍ତମାନ ସମୟରେ ଅଂବାଲା ସ୍ଥିତ ଗୋଲଡେନ ଏରୋସ୍କ୍ୱାର୍ଡ଼ନ୧୭ ବେସରେ ରଖାଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ସବୁଠୁ ବଡ ଜେଟ ଇଂଜିନ ନିର୍ମାତା କମ୍ପାନୀ ସାଫରାନ ଭାରତରେ ଲଢୁଆ ଇଂଜିନ ଓ କାଳପୁରଜେ ପ୍ରସ୍ତୁତ କରିବା ପାଇଁ ପ୍ରସ୍ତୁତ ଅଛନ୍ତି । ମଙ୍ଗଳବାର ସେନା ପକ୍ଷରୁ ପ୍ରକାଶିତ ରିପୋର୍ଟରୁ ହିଁ ଏହି ସୂଚନା ମିଳିଛି । ଏହି ୧୬ ଟି ମଧ୍ୟରୁ ତିନିଟି ଆସନ୍ତା ନଭେମ୍ବର ୫ ତାରିଖରେ ଭାରତରେ ଲ୍ୟାଣ୍ଡିଙ୍ଗ କରିବା ନେଇ ଯୋଜନା ରହିଛି । ଏହି ତିନି ବିମାନ ଫ୍ରାନ୍ସର ଦକ୍ଷିଣ- ପଶ୍ଚିମ ସ୍ଥିତ ଦାସଲଟ ଏଭିଏସନ ଆସେମ୍ବ୍ଲରୁ ସିଧା ଭାରତ ଅଭିମୁଖେ ଉଡାଣ ଭରିବ ।

rafale

ବରିଷ୍ଠ ଅଧିକାରୀଙ୍କ ଅନୁଯାୟୀ, ଚଳିତ ଥର କିନ୍ତୁ ବିମାନ ଗୁଡିକୁ ମଝି ରାସ୍ତାରେ ଅଟକାଇବା ଦରକାର ପଡିବ ନାହିଁ । କାରଣ ନୂଆ ଟେକନିକ ସାହାଯ୍ୟରେ ମଝି ଆକାଶରେ ହିଁ ବିମାନ ଗୁଡିକରେ ଇନ୍ଧନ ଭରାଯିବ । ଏହା ପରେ ୨୦୨୧ ଜାନୁଆରୀରେ ତିନିଟି, ମାର୍ଚ୍ଚରେ ତିନିଟି ଓ ଏପ୍ରିଲରେ ୭ ଟି ରାଫେଲ ବିମାନ ଭାରତରେ ଆସି ପହଂଚିବେ । ଏହି ବିମାନ ଗୁଡିକ ଭାରତ ଆସିବା କ୍ଷଣି ଭାରତୀୟ ବାୟୁସେନାର କ୍ଷମତା ଅନେକ ଗୁଣା ବଢ଼ିଯିବ । ଯାହା ଫଳରେ ସୀମାରେ ଚୀନ ଓ ପାକିସ୍ତାନ ବିରୋଧୀ ଲଢେଇରେ ଭାରତର କ୍ଷମତା ବହୁଗୁଣା ବଢିଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.