୧୬ ବର୍ଷ ବାଳକକୁ ଭୁଲରେ କୋଭିସିଲ୍ଡ ଟିକା ଦେଇଦେଲେ

ମହାରାଷ୍ଟ୍ର ନାସିକ ଜିଲ୍ଲାର ଜଣେ ୧୬ବର୍ଷିୟ ବାଳକକୁ ଭୂଲରେ କୋଭିସିଲ୍ଡ ଟିକା ଦିଆଯାଇଥିବା ନେଇ ଅଧିକାରୀମାନେ କହିଛନ୍ତି । ୧୫ରୁ ୧୮ ବର୍ଷ ବର୍ଗର ପିଲାମାନଙ୍କୁ କେବଳ କରୋନା ଭାଇରସ ବିରୁଦ୍ଧରେ କୋଭାକ୍ସିନ ଟୀକା ଦିଆଯିବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଗତ ମାସରେ ଇନକ୍ୟୁଲେସନ ଆରମ୍ଭ କରିବାକୁ ଘୋଷାଣ କରିଥିଲା ।

ଜିଲ୍ଲାର ୟେଲୋ ତହସିଲର ପାଟୋଡା ଗାଁର ବାସିନ୍ଦାଙ୍କୁ କିଛି ଦ୍ୱନ୍ଦ କାରଣରୁ ସୋମବାର ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ରରେ କୋଭିସିଲ୍ଡ ଡୋଜ ଦିଆଯାଇଥିଲା ବୋଲି ସ୍ଥାନୀୟ ସୂତ୍ରରୁ ପ୍ରକାଶ ପାଇଛି । ଯେତେବେଳେ ତାଙ୍କ ପିତା ଏହି ମିଶ୍ରଣ ବିଷୟରେ ଜାଣିଲେ, ସେତେବେଳେ ସେ କର୍ତ୍ତୁପକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ , ଯାହା ପରେ ତହସିଲ ସ୍ୱାସ୍ଥ୍ୟ ଅଧିକାରୀ ଡକ୍ଟର ହର୍ଷଲ ନେହେଟେ ପାଟୋଡା ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିଥିଲେ ।

ସାମ୍ବାଦୀକମାନଙ୍କ ସହ କଥାବାର୍ତ୍ତା ବେଳେ ଡକ୍ଟର ନେହେଟେ ଏହା ଏକ ଭୂଲ ବୋଲି ସ୍ୱୀକାର କରିଛନ୍ତି । କିନ୍ତୁ ବାଳକଟି ଉପରେ କୌଣସି ପ୍ରତିକୂଳ ପ୍ରଭାବ ପକାଇ ନାହିଁ ଏବଂ ତାଙ୍କ ଅବସ୍ଥା ଭଲ ଅଛି ବୋଲି ସେ କହିଛନ୍ତି ।

Leave A Reply

Your email address will not be published.