ମଧ୍ୟପ୍ରଦେଶରେ ବଡ଼ ଧରଣର ଲୁଟ୍, ଡ୍ରାଇଭରଙ୍କ ହାତ ଗୋଡ ବାନ୍ଧି ନେଇଗଲେ ୧୨ କୋଟିର ଆଇଫୋନ

ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶର ସାଗର ଜିଲ୍ଲାରେ ବଡ଼ ଧରଣର ଲୁଟ୍ । ୧୨ କୋଟିର ଆଇଫୋନ ଚୋରି । ଗୁରଗାଓଁରୁଚେନ୍ନାଇ ଯାଉଥିବା ବେଳେ ହାଇୱେ ଉପରୁ ଏହି ଚୋରି ହୋଇଛି । ଡ୍ରାଇଭରଙ୍କ ହାତ ଗୋଡ ବାନ୍ଧି କଣ୍ଟେନରରେ ଥିବା ଆଇଫୋନ ଲୁଟି ନେଇଛନ୍ତି ଦୁର୍ବୃତ୍ତ । ୧୨ କୋଟି ଟଙ୍କାର ୧୬୦୦ ଟି ଆଇଫୋନ ଲୁଟି ନେଇଥିବା ଜଣାପଡିଛି ।
କଣ୍ଟେନରରେ ଲାଟେଷ୍ଟ ମଡେଲର ୪ ହଜାର ଆଇଫୋନ ଥିଲା । ସେଥିରୁ ପ୍ରାୟ ୧୬୦୦ ଟି ଚୋରି ହୋଇଛି । ଗତ ୧୫ ଅଗଷ୍ଟରେ ଏହି ଚୋରି ହୋଇଥିଲା । ତେବେ ସବୁଠାରୁ ବଡ଼ କଥା ହେଉଛି ଏଫାଇଆର ପାଇଁ ଡ୍ରାଇଭର ପୋଲିସ ଷ୍ଟେସନ ଗଲା ପରେ ମଧ୍ୟ କୌଣସି ଫଳ ମିଳିନଥିଲା । ଏଫାଇଆର ଲେଖିବାକୁ ପ୍ରାୟ ୧୫ ଦିନ ବାନ୍ଦରୀ ଥାନାର ଚକ୍କର କାଟିଥିଲେ ଡ୍ରାଇଭର ।
ହେଲେ ଏଫ୍ ଆଇଆର ଲେଖିନଥିଲେ ଥାନାଧିକାରୀ । ଶେଷରେ ମାମଲା ପହଞ୍ଚିଥିଲା ଆଇଜିଙ୍କ ନିକଟରେ । ଏହା ପରେ କଡା କାର୍ଯ୍ୟାନୁଷ୍ଠାନ ନିଆଯାଇଛି । କାର୍ଯ୍ୟରେ ଅବହେଳା ଯୋଗୁ ଥାନାଧିକାରୀଙ୍କ ସହ ହେଡ କନେଷ୍ଟବଳଙ୍କୁ ନିଲମ୍ବିତ କରଯାଇଛି । ସେପଟେ ଘଟଣା ନେଇ ତଦନ୍ତ ଜାରି ରହିଛି ।