ରାଷ୍ଟ୍ରପତି ଭବନରେ ନବନିଯୁକ୍ତ ୧୬୯ IAS, ପ୍ରଶିକ୍ଷଣର ଅନୁଭୂତି ବାଣ୍ଟିଲେ IAS ଅଫିସର
କେନ୍ୟୁଜ୍ (ବ୍ୟୁରୋ): ସର୍ବଦା ନେତୃତ୍ୱ ନେବାକୁ ଆଗଭର ହୁଅ । ସମସ୍ତଙ୍କ ପାଇଁ ଜଣେ ଜଣେ ରୋଲ ମଡେଲ ହୁଅ । ନିଜ ଚାକିରୀ କାଳର ଅନୁଭୂତି ବାଣ୍ଟିବା ଅବସରରେ ୨୦୧୭ର IAS ଅଧିକାରୀଙ୍କୁ ଏଭଳି କହିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ୨ ବର୍ଷର ପ୍ରଶିକ୍ଷଣ ପରେ ବିଭିନ୍ନ ମନ୍ତ୍ରାଳୟ ଓ ବିଭାଗରେ ନିଯୁକ୍ତି ହୋଇଥିବା ମୋଟ୍ ୧୬୯ ଜଣ IAS ଅଧିକାରୀଙ୍କୁ ନିକଟରେ ଭେଟିଥିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସମସ୍ତଙ୍କୁ ରାଷ୍ଟ୍ରପତି ଭବନକୁ ନିମନ୍ତ୍ରଣ ହୋଇଥିଲା । ଓଡିଆ IAS ସୁମନ ସୌରଭ ମହାନ୍ତିଙ୍କ ସମେତ ଅନ୍ୟ ନବନିଯୁକ୍ତ IAS ଅଧିକାରୀ ଏଠାରେ ଉପସ୍ଥିତ ରହିଥିଲେ । ସମସ୍ତେ ନିଜ ପ୍ରଶିକ୍ଷଣ କାଳର ଅନୁଭୂତି ବାଣ୍ଟିଥିଲେ । ୟୁପିଏସି ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ ନବମ ସ୍ଥାନ ଅଧିକାର କରିଥିଲେ ସୁମନ ସୌରଭ ମହାନ୍ତି ।
I expect that you would take the lead to change the whole vocabulary around District Administration, where authority and power must now be understood to be service and dedication to a larger cause. pic.twitter.com/293WV1Uyrw
— President of India (@rashtrapatibhvn) September 23, 2019