୧୭ ବର୍ଷୀୟ ବାଳକ NASAରେ ଈଂଟର୍ନସିପ କରୁ କରୁ ଖୋଜି ପାଇଲେ ଏକ ନୂଆ ଦୁନିଆ

କିଛି ଲୋକଙ୍କ ଠାରେ ନୂଆ କିଛି କରିବାର ଏକ ପ୍ରକାର ଉତ୍କଣ୍ଠା ଥାଏ । ନିଜ ଅଦ୍ଭୁତ ଓ ଅସାଧାରଣ କାର‌୍ୟ୍ୟରେ ଏମାନେ ଦୁନିଆକୁ ବିସ୍ମିତ କରିଦିଅନ୍ତି । ଜୀବନରେ ଯଦି ଦୁନିଆକୁ କିଛି କରି ଦେଖେଇବାର ଇଚ୍ଛା ଥାଏ ଓ ମନରେ ଯଦି ଦୃଢ଼ତା ଥିଲେ ବୟସ କି ଅନୁଭୁତିର କିଛି ଆବଶ୍ୟକତା ନଥାଏ । ଏମିତି ହିଁ ଏକ ଅସାଧାରଣ କାମ କରି ଲୋକ ଲୋଚନକୁ ଆସିଛନ୍ତି ୧୭ ବର୍ଷୀୟ ବୋଲକ କକିୟାର । ଆମେରିକା ନିବାସୀ ଏହି ବାଳକ ଜଣକ ୨୦୧୯ ମସିହାରେ ହିଁ ନିଜ ହାଇସ୍କୁଲ ପାଠପଢା ଶେଷ କରିଛନ୍ତି । ଯେଉଁ ବୟସରେ ପିଲାମାନେ ଭିଡିଓ ଗେମରେ ସମୟ ଅତିବାହିତ କରନ୍ତି ସେହି ବୟସରେ କିନ୍ତୁ ଏହି ବାଳକ ଜଣକ ଏକ ନୂଆ ଦୁନିଆ ଖୋଜି ପାରିଛନ୍ତି ।

ହାଇସ୍କୁଲ ପାଠ ପଢା ଶେଷ ପରେ ବ୍ଲକ ନାସା ସ୍ଥିତ ଗୋଡର୍ଡ ସ୍ପେସ ସେଣ୍ଟରରେ ଈଂଟର୍ନସିପ କରୁଥିଲେ । ଈଂଟର୍ନସିପ ସମୟରେ ତାଙ୍କର ବିଷୟ ଥିଲା ‘ଗ୍ରହ ଗୁଡ଼ିକରୁ ବାହାରୁଥିବା ଆଲୋକ ଗୁଡିକ ଉପରେ ଅଧ୍ୟୟନ ‘ । ତେଣୁ ବୋଲକ ଗୋଡର୍ଡ ସ୍ପେସ ଫ୍ଲାଇଟ ସେଣ୍ଟରରେ ଟ୍ରାନ୍ସଜିଟିଙ୍ଗ ଏକ୍ସପ୍ଳେନେଟ ସର୍ବେ ସାଟେଲାଇଟ ସାହାଯ୍ୟରେ ନିଜ ସବଜେକ୍ଟ ଉପରେ କାମ କରିବା ଆରମ୍ଭ କରି ଦେଇଥିଲେ । ବୋଲକ ବିଭିନ୍ନ ଗ୍ରହ ମାନଙ୍କରୁ ବାହାରୁଥିବା ଆଲୋକ ଗୁଡିକ ଉପରେ ଅଧ୍ୟୟନ କରିବା ଆରମ୍ଭ କରିଥିଲେ । ଏହି ସମୟରେ ହିଁ ସେ ଏକ ନୂଆ ଦୁନିଆ ଖୋଜି ପାଇଥିଲେ । ନିଜ ଈଂଟର୍ନସିପର ମାତ୍ର ୩ୟ ଦିନ ବ୍ଲକଙ୍କୁ ଏକ ନୂଆ ଦୁନିଆର ସନ୍ଧାନ ମିଳିଥିଲା । ଅବିସ୍କୃତ ହୋଇଥିବା ଏହି ନୂଆ ଗ୍ରହକୁ  TOI 1388 ସିଗ୍ନାଲର ମାନ୍ୟତା ମିଳିଛି ।

ପ୍ରଥମେ ପ୍ରଥମେ ତ ବୋଲକଙ୍କୁ ଲାଗିଥିଲା କି ଏହା ଏକ ଅନ୍ତରିକ୍ଷୀୟ ଗ୍ରହଣ ନଚେତ ତାରା ମାନଙ୍କର ଏକ ଗୁଚ୍ଛ । କିନ୍ତୁ ପରେ ତା ସମ୍ବନ୍ଧରେ ଅଧ୍ୟୟନ କଲାପରେ ଏହା ଏକ ଗ୍ରହ ବୋଲି ଜଣା ପଡିଥିଲା । ଏହି ଗ୍ରହଟି ପୃଥିବୀ ଠାରୁ ୧୩୦୦ ଆଲୋକ ବର୍ଷ ଦୂରତାରେ ହିଁ ଅବସ୍ଥିତ । ଏହା ସହ ଏହି ନୂତନ ଗ୍ରହଟି ପୃଥିବୀ ତୁଳନାରେ ପ୍ରାୟ ୭ ଗୁଣ ବଡ ବୋଲି ମଧ୍ୟ ଜଣା ଯାଇଛି । ବୋଲକ ଆହୁରି ମଧ୍ୟ କହିଛନ୍ତିକି ସୂର‌୍ୟ୍ୟ ଠାରୁ ମଧ୍ୟ ଏହା ପ୍ରାୟ ୧୦ ପ୍ରତିଶତ ବଡ ଓ ପାଖାପାଖି ଅଂଚଳରେ ହିଁ ଏହାର ଅବସ୍ଥିତି । TOI 1388 ପ୍ରତି ୧୫ ଦିନରେ ସୂର୍ଯ୍ୟ ଚାରିପଟେ ଘୁରିଥାଏ । ନେପଚୁନ ଠାରୁ ଏହା ସାମାନ୍ୟ ବଡ । ବୋଲକଙ୍କ ଅନୁଯାୟୀ ତାଙ୍କୁ ଅନ୍ତରୀକ୍ଷରେ ପ୍ରାୟ ୧୦୦ରୁ ଅଧିକ ଚମକଦାର ପଦାର୍ଥ ମାନ ଦେଖାଦେଇଥିଲା । ଏନେଇ ଗୋଡର୍ଡ ବୈଜ୍ଞାନିକଙ୍କ ସହ ମିଶି ବୋଲକ ଏକ ଆର୍ଟିକଲ ମଧ୍ୟ ଲେଖିଛନ୍ତି ।

 

KNews Bureau

Recent Posts

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

6 mins ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

35 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

54 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

1 hour ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

1 hour ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

2 hours ago