ପର୍ଣ୍ଣ ଦେଖି ଦେଖି ସେକ୍ସ ଆକ୍ଟ କରୁଥିଲା ୧୭ ବର୍ଷର ଯୁବକ, ଚାଲିଗଲା ଜୀବନ

ପର୍ଣ୍ଣ ଫିଲ୍ମ ଦେଖି ସେକ୍ସ ଆକ୍ଟ କରୁଥିବା ବେଳେ ଚାଲିଗଲା ଜୀବନ। ଏଭଳି ଅଭାବନୀୟ ଘଟଣା ଘଟିଛି ବ୍ରିଟେନ୍‌ରେ। ଏଠାରେ ଜଣେ ୧୭ ବର୍ଷର ଯୁବକ ବାପା ମା’ ଅଫିସ ଯିବା ପରେ ଘରେ ପର୍ଣ୍ଣ ଫିଲ୍ମ ଦେଖି ସେକ୍ସ ଆକ୍ଟ କରୁଥିଲା। ଏହି କାମରେ ସେ ଏତେ ଅଭ୍ୟସ୍ତ ହୋଇଯାଇଥିଲା ଯେ, ଶେଷରେ ଏଥିପାଇଁ ତାକୁ ଜୀବନ ହରାଇବାକୁ ପଡ଼ିଛି।

ରିପୋର୍ଟ ମୁତାବକ, ବ୍ରିଟେନ୍‌ର ଜୋଶୁଆ ଡିଏକନ୍‌ ନାମକ ୧୭ ବର୍ଷ ଯୁବକ ଘରେ ଏକୁଟିଆ ରହେ। ତା’ ବାପା-ମା ଉଭୟେ ଚାକିରି କରୁଥିବାରୁ ସେମାନେ ଦିନସାରା ଘରେ ରହୁନଥିଲେ। ଏଣୁ ଦିନ ବେଳେ ଏକୁଟିଆ ରହୁଥିଲା ଜୋଶୁଆ। ଏହି ଏକଲାପଣରୁ ମୁକ୍ତି ପାଇବାକୁ ସେ ଲାପଟପ୍‌ରେ ପର୍ଣ୍ଣ ଭିଡିଓ ଦେଖୁଥିଲା। ଘଟଣା ଦିନ ମଧ୍ୟ ସେ ପର୍ଣ୍ଣ ଭିଡିଓ ଦେଖିବା ପରେ ସେକ୍ସ ଆକ୍ଟ କରିଥିଲା। ମାତ୍ର ଦଉଡ଼ିରେ ଟାଙ୍ଗି ହୋଇ ସେ ଆକ୍ଟ କରିଥିଲା। ଏଣୁ ଅଣନିଃଶ୍ୱାସୀ ହୋଇ ସେ ତଳେ ପଡ଼ିଯାଇଥିଲା ଓ ଘଟଣାସ୍ଥଳରେ ହିଁ ତାହାର ମୃତ୍ୟୁ ହୋଇଥିଲା।

ଜୋଶୁଆର ସାଙ୍ଗର କହିବାନୁସାରେ, ଘଟଣା ଦିନ ସେ ତାଙ୍କ ଘରକୁ ଯାଇଥିଲା। ତା’ ସାମ୍ନାରେ ହିଁ ଜୋଶୁଆ କିଛି ପାରାସିଟାମଲ ଟାବଲେଟ୍‌ ଖାଇଥିଲା। ତାକୁ ମନା କରିବାରୁ ସେ କହିଥିଲା ଘରେ ଏକୁଟିଆ ରହୁଥିବାରୁ ସେ ଠିକ୍‌ଭାବେ ଶୋଇ ପାରୁନାହିଁ। ଏଣୁ ନିଦ ପାଇଁ ଏହି ମେଡିସିନ୍‌ ସବୁ ଖାଉଛି। କିନ୍ତୁ ଘରକୁ ଯିବା ପରେ ସାଙ୍ଗ ଜଣକ ଜୋଶୁଆକୁ କଲ ଓ ମେସେଜ୍‌ କରିବାରୁ ସେ ଉତ୍ତର ଦେଇନଥିଲା।

କିଛି ଅଘଟଣ ଆଶଙ୍କା କରି ସାଙ୍ଗ ଜଣକ ସପୋର୍ଟ ଓ୍ଵାର୍କରଙ୍କୁ ଖବର ଦେଇଥିଲେ। ଓ୍ଵାର୍କର ଘରେ ପହଞ୍ଚିବା ବେଳକୁ ଜୋଶୁଆ ଅଚେତ ଅବସ୍ଥାରେ ଚଟାଣରେ ପଡ଼ିଥିଲା। ପରେ ତାକୁ ମେଡିକାଲ ନିଆଯାଇଥିଲେ ବି ପୂର୍ବରୁ ମୃତ୍ୟୁ ହୋଇଥିବା ଡାକ୍ତର କହିଥିଲେ। ତେବେ ପୋଲିସ ତଦନ୍ତ ବେଳେ ଜୋଶୁଆର ମୋବାଇଲ ଓ ଲାପଟପ୍‌ରେ ଶେଷ ଥର ପାଇଁ ସେ ପର୍ଣ୍ଣ ହିଁ ସର୍ଚ୍ଚ କରିଥିବା ଜଣାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.