ମହାମାରୀ କରୋନା ଅନାଥ କରିଛି ୧ହଜାର ୭୦୦ ପିଲାଙ୍କୁ

ନୂଆଦିଲ୍ଲୀ: ମହାମାରୀ କରୋନା ୧ହଜାର ୭୦୦ ପିଲାଙ୍କୁ ଅନାଥ କରିଛି । ସେହିଭଳି ୭ ହଜାର ୪୦୦ ପିଲା ବାପା କିମ୍ବା ମା’ଙ୍କୁ ହରାଇଛନ୍ତି । ଏହା କହିଛନ୍ତି ସୁପ୍ରିମକୋର୍ଟ । NCPCR ଦ୍ୱାରା ସୁପ୍ରିମକୋର୍ଟରେ ଦାଖଲ କରାଯାଇଥିବା ତଥ୍ୟ ଅନୁଯାୟୀ ଉତ୍ତରପ୍ରଦେଶରେ ସର୍ବାଧିକ ୨ ହଜାର ୧୧୦ ପିଲା ଅନାଥ ଓ ବାପା କିମ୍ବା ମା’ ହରାଇଛନ୍ତି । ଏହା ପଛକୁ ବିହାରରେ ୧୩୨୭ ଓ କେରଳରେ ୯୫୨ ପିଲା ଅନାଥ ଓ ବାପା କିମ୍ବା ମା’ଙ୍କୁ ହରାଇଛନ୍ତି ।

ଜାତୀୟ ଶିଶୁ ସୁରକ୍ଷା ଆୟୋଗ ସୋମବାର ସୁପ୍ରିମକୋର୍ଟରେ ଏନେଇ ଏକ ସତ୍ୟପାଠ ଦାଖଲ କରିଛନ୍ତି । ମାର୍ଚ୍ଚ ୨୦୨୦ରୁ NCPCR ଦ୍ୱାରା ସଂଗ୍ରହ ହୋଇଥିବା ତଥ୍ୟ ଅନୁଯାୟୀ ୧୭୪୨ ପିଲା ଅନାଥ ହୋଇଛନ୍ତି । ମଧ୍ୟପ୍ରଦେଶରେ ୩୧୮ ପିଲା ଅନାଥ ହୋଇଛନ୍ତି । ବିହାର ୨୯୨, ଉତ୍ତରପ୍ରଦେଶରେ ୨୭୦ ରହିଛି । ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ଏବଂ ଛତିଶଗଡ଼ରେ ୧୦୦ରୁ ଅଧିକ ପିଲା ଅନାଥ ହୋଇଥିବା ରିପୋର୍ଟ କହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.